Latest Odisha News

ଘରୋଇ ଜମିରେ ଜୋର ଜବରଦସ୍ତ ସରକାରୀ କୋଠା ନିର୍ମାଣ ଅଭିଯୋଗ

ନୂଆପଡ଼ା: ବେସରକାରୀ ଜାଗାରେ ଚାଲିଛି ସରକାରୀ କୋଠା ନିର୍ମାଣ । ମିଶନ ଶକ୍ତି ଗୃହ, ବଜାର ଗୃହ ସହ ଗ୍ରାମୀଣ ପାର୍କ ଭଳି ଏକାଧିକ ସରକାରୀ କାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ଜମିରେ ସରକାରୀ ବାବୁ ଜୋର ଜବରଦସ୍ତି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ ପଞ୍ଚାୟତରୁ ଆସିଛି ଏଭଳି ଚଞ୍ଚକତାପୂର୍ଣ୍ଣ ଅଭିଯୋଗ । ବାରଣ ସତ୍ତ୍ୱେ ତାଙ୍କ ଜମିରେ ୪ଟି ଯୋଜନାରେ ସରକାରୀ ନିର୍ମାଣ ହୋଇଥିବା ରତ୍ନାକର ଜାଲ ଅଭିଯୋଗ କରିଛନ୍ତି ।

ବଲାଙ୍ଗିର ଜିଲ୍ଲା ବିରିପାଲିର ଅଭିରାମ ଜାଲଙ୍କ ସ୍ୱର୍ଗତ ପିତା ରତ୍ନାକରଙ୍କ ନାଁରେ ଭୁଲିଆସିକୁଆଁ ମୁଖ୍ୟ ରାସ୍ତା କଲେଜ ପାଖରେ ରହିଛି ଦୁଇ ଏକର ତେର ଡିସିମିଲ୍ ଜମି । ଜମିରେ ସରକାରୀ ନିର୍ମାଣ ପରେ ସେ ଜାଗାକୁ ଡିମାର୍କେସନ୍ ବି କରିଛନ୍ତି । ତଥାପି ଘରୋଇ ଜମିରେ ବିଭିନ୍ନ ସରକାରୀ ନିର୍ମାଣ ପାଇଁ ପ୍ରାୟ ଅଧ କୋଟି ଟଙ୍କା ଖର୍ଚ୍ଚ ହେଲାଣି । ରାଜସ୍ୱ ନିରୀକ୍ଷକ ଚିହ୍ନଟ କରି ସରକାରୀ ଜମି ଦର୍ଶାଇବା ପରେ କାମ ଆରମ୍ଭ ହୋଇଥିଲା । ଏବେ ଚାଷୀଙ୍କ ଅଭିଯୋଗ ପରେ ନିର୍ମାଣ ସ୍ଥଗିତ ଥିବା କହିଛନ୍ତି ଖଡ଼ିଆଳ ବିଡିଓ ।

ତେବେ ଘରୋଇ ଜମିକୁ ଆର୍.ଆଇ କିଭଳି ସରକାରୀ ଦର୍ଶାଇ ନିର୍ମାଣ ପାଇଁ ସୁପାରିସ୍ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ଠାରୁ ଖର୍ଚ୍ଚ ଅର୍ଥ ଆଦାୟ ସହ ଚାଷୀଙ୍କୁ ଜମି ଫେରାଇ ଦେବାକୁ ଦାବି କରିଛି ଦଳିତ ଅଧିକାର ମଞ୍ଚ । ତେବେ, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ଜମି କାହାର ? ଜାଲିଆତି କରିଛି କିଏ ?

Leave A Reply

Your email address will not be published.