Latest Odisha News

BREAKING NEWS

ଫିଲିପ୍ସଙ୍କ ବ୍ୟାଟିଂ ପରେ ବୋଲ୍ଟଙ୍କ କମାଲ, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବୃହତ ବିଜୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ଆଗରେ ରହିଥିବା ବେଳେ ଶ୍ରୀଲଙ୍କା ପ୍ରାୟତଃ ଏଥିରୁ ବାଦ୍ ପଡିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା । ଗ୍ଳେନ ଫିଲିପ୍ସ ମାତ୍ର ୬୪ ବଲରେ ଦ୍ରୁତ ୧୦୪ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ୧୦ ଚୌକା ଓ ୪ ଛକା ମାରିଥିଲେ । ଚଳିତ ବିଶ୍ୱକପରେ ସେ ଦ୍ୱିତୀୟ ଖେଳାଳି ଭାବେ ଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରିଲେ ରୋସୋ ଶତକ ହାସଲ କରିଥିଲେ ।

୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୧୯.୨ ଓଭରରେ ୧୦୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଟ୍ରେଂଟ ବୋଲ୍ଟ ୪ଟି ୱିକେଟ ଅକ୍ତିଆର କରି ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ମିଚେଲ ସାଂଟେନର ୨ଟି, ଟିମ ସୌଦି, ଇଶ ସୋଢ଼ୀ ଓ ଲକି ଫର୍ଗୁସନ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

Leave A Reply

Your email address will not be published.