Latest Odisha News

BREAKING NEWS

ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ କୁଇନ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା କୁଇନ କଙ୍ଗନା ରାନାୱତ ଏବେ ପୁନର୍ବାର ଚର୍ଚ୍ଚାରେ । ହିମାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ମଣ୍ଡିରୁ ଯଦି ବିଜେପି ମୋତେ ଟିକେଟ ଦେବ ତାହାହେଲେ ନିଶ୍ଚିତ ଭାବେ ଲଢ଼ିବି । ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ କରିଥିଲେ ମୋ ବାପା କଂଗ୍ରେସ ସମର୍ଥକ ଥିଲେ । ଏପରିକି ସେ ରାଜନୀତି ସହ ଜଡିତ ଥିଲେ । ମୁଁ ଏକ ରାଜନୈତିକ ପରିବାରରୁ ଆସିଛି । ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସବୁ କିଛି ବଦଳିଯାଇଛି । ଆମ ପରିବାର ସମ୍ପୂର୍ଣ୍ଣ ଭାବେ ତାଙ୍କ ସମର୍ଥକ ହୋଇ ଉଠିଛୁ ।

ଏବେ ମୋ ବାପା ସକାଳେ ମୋଦି ଏବଂ ସନ୍ଧ୍ୟାରେ ଯୋଗୀଜୀଙ୍କୁ ପ୍ରଶଂସା କରି କରି ଥକି ଯାଉଛନ୍ତି । ସୂଚନାଯୋଗ୍ୟ,ଏହି କାର୍ଯ୍ୟକ୍ରମରେ ସେ ମୋଦିଙ୍କୁ ମହାପୁରୁଷ କହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କଙ୍ଗନା ଅନେକ କ୍ଷେତ୍ରରେ ଖୋଲାଖୋଲି ଭାବେ ବିଜେପି ଏବଂ ମୋଦିଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥାଏ । ଦେଖାଯାଉ ବିଜେପି କଙ୍ଗନାକୁ ଟିକେଟ ମିଳୁଛି କି ନାହିଁ ।

Leave A Reply

Your email address will not be published.