Latest Odisha News

BREAKING NEWS

କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି, ଖୁବ୍‌ଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କୋଭିଡ ମାମଲା ବୃଦ୍ଧି ପାଉଛି। ଯଦି ଏପରି ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବ୍‌ଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର। ତଥାପି ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୭ ଆକ୍ରାନ୍ତ ସୁସ୍ଥ ହେଲେଣି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩ ରହିଛି।

ଆଗାମୀ ଦିନରେ ଯଦି ଏହି ଆକ୍ରାନ୍ତଙ୍କ ମାମଲା ବୃଦ୍ଧି ପାଏ ତେବେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ମାର୍ଗଦର୍ଶିକା ଆଣିପାରନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

ସୂଚନା ଥାଉକି ଆଜି ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ୍। ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକରେ ୯ ପଜିଟିଭ୍, ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.