Latest Odisha News

BREAKING NEWS

ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା

ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା । ରାଜ୍ୟରେ ବର୍ତ୍ତମାନ ୨୧୯୩ ଟି କୁମ୍ଭୀର ରହିଛନ୍ତି ଯାହାକି ଗତବର୍ଷ ତୁଳନାରେ ୪.୫୪ ପ୍ରତିଶତ ବୃଦ୍ଧି ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ସାତକୋଶିଆ ଏବଂ ଟିକରପଡା ଠାରେ ୬୫ ସଂଖ୍ୟକ କୁମ୍ଭୀର ଏବଂ ୨୨ ଗୋଟି ଶାବକ ଅଛନ୍ତି ।

ସେହିପରି ଚଳିତ ବର୍ଷ ୨୪ ଲକ୍ଷ ୯୦ ହଜାର ୯୮୬ ସଂଖ୍ୟକ ପକ୍ଷୀ ଚିହ୍ନଟ ହୋଇଛନ୍ତି। ମାତ୍ର ଚଳିତ ବର୍ଷ କୌଣସି ବିରଳ ପକ୍ଷୀ ଚିହ୍ନଟ ହୋଇନାହାଁନ୍ତି। ଚିଲିକାରେ ୨ଟି ଓ ହୀରାକୁଦ ଜଳଭଣ୍ଡାରରେ ୫ଟି ନୂତନ ପକ୍ଷୀ ଚିହ୍ନଟ ହୋଇଛନ୍ତି।

ଚଳିତ ବର୍ଷ (୨୦୨୫-୨୬) ଗଣନା ଅନୁଯାୟୀ ରାଜ୍ୟରେ ୨୪,୯୦,୯୮୬ ସଂଖ୍ୟକ ପକ୍ଷୀ ମାନଙ୍କର ଆଗମନ ହୋଇଅଛି । ଚଳିତ ବର୍ଷ ଗଣନାରେ କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀଙ୍କର ଚିହ୍ନଟ ହୋଇନାହିଁ । କିନ୍ତୁ ଚିଲିକାରେ ୨ ଗୋଟି ନୂତନ ପକ୍ଷୀ ଏବଂ ହୀରାକୁଦ ଜଳଭଣ୍ଡାରରେ ୫ ଗୋଟି ନୂତନ ପକ୍ଷୀର ଚିହ୍ନଟ ହୋଇଅଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.