Latest Odisha News

BREAKING NEWS

ଭାରତରେ ୬୩କୁ ବୃଦ୍ଧି ହେଲା କରୋନା ପରୀକ୍ଷା କେନ୍ଦ୍ର, ଜାଣନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ ଏବେ ସୁଦ୍ଧା କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଲାଣି । ଦେଶରେ ଆଜି ସୁଦ୍ଧା ୩ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଭାରତରେ କରୋନାଭାଇରସର ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଦେଶରେ ଏବେ ୬୩ଟି ପରୀକ୍ଷା କେନ୍ଦ୍ରରେ କରୋନା ଟେଷ୍ଟି ସୁବିଧା ଅଛି ।

ଦେଶରେ ୬୨ଟି ଭାଇରାଲ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲ୍ୟାବ(ଭିଆରଡିଏଲଏସ) ଓ ଦିଲ୍ଲୀରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରେ କରୋନା ପରୀକ୍ଷା ସୁବିଧା କରାଯାଇଛି । ବିହାର, ଛତିଶଗଡ, ଦିଲ୍ଲୀ, ଜାମ୍ମୁକାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ୯ଟି ଭିଆରଡିଏଲଏସ ସ୍ଥାପନ କରାଯାଇଛି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଭାଇରାଲ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲ୍ୟାବ(ଭିଆରଡିଏଲଏସ)ର ଲିଷ୍ଟ ଜାରି କରିଛି ।

Leave A Reply

Your email address will not be published.