Latest Odisha News

BREAKING NEWS

ନୂପୁର ଶର୍ମା ବିବାଦ, ସତର୍କ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବୟାନ ଉପରେ ବିଦେଶ ପରେ ଦେଶରେ ବଢୁଛି ବିବାଦ। ଏହାକୁ ନେଇ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ସମତେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୁସଲିମ ବର୍ଗ। ଅନ୍ୟପଟେ ଆଲକାଏଦା ଦେଶର ଚାରି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି କହିଛି। ଏପରି ସ୍ଥିତିରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରାଳୟ ସତର୍କ ହୋଇଛି। ଆଉ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ କହିଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ୍ ମୁଖ୍ୟମାନଙ୍କୁ ସତର୍କ ରହିବାକୁ ଏବଂ ଆଗାମୀ ଦିନରେ ଏହାକୁ ନେଇ କିଛି ଚ୍ୟାଲେଞ୍ଜ ଦେଖାଦେଲେ କିପରି ମୁକାବିଲା କରିହେବ ସେ ନେଇ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛି। ଶୁକ୍ରବାର ନମାଜ ପାଠ କରିବା ପରେ ମୁସଲମାନ ସମ୍ପ୍ରଦାୟ ଏହାକୁ ବିରୋଧ କରି ଅନେକ ରାଜ୍ୟରେ ନାରାବାଜି କରିଥିଲେ। ଏହାପରେ ଅନେକ ରାଜ୍ୟରେ ହିଂସାର ଖବର ସାମ୍ନାକୁ ଆସିଥିଲା।

ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଦେଶରେ ଶାନ୍ତି ଭଙ୍ଗ କରିବାକୁ ସୁଚିନ୍ତିତ ପ୍ରୟାସ କରାଯାଉଛି । ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ସମସ୍ତ ରାଜ୍ୟରେ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛୁ। ଗୃହ ମନ୍ତ୍ରଣାଳୟ କହିଛି ଯେ ଯଦି ଆବଶ୍ୟକ ହୁଏ ତେବେ ପାରାମିଲିଟାରୀ ଫୋର୍ସ ମଧ୍ୟ ସତର୍କ ମୋଡରେ ରହିବା ଆବଶ୍ୟକ। କୌଣସି ଅପ୍ରୀତିକର ପରିସ୍ଥିତିକୁ ପୋଲିସ ମୁକାବିଲା କରିବା ଉଚିତ୍।

ଗୃହ ମନ୍ତ୍ରଣାଳୟ ଏବେ ଅନେକ ନିର୍ଦ୍ଦେଶ ମଧ୍ୟ ଜାରି କରିଛି। ଯେଉଁମାନେ ହିଂସା ଏବଂ ଉତ୍ତେଜନାମୂଳକ ଭାଷଣର ଲାଇଭ ଭିଡିଓ ପୋଷ୍ଟ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ପୋଲିସକୁ କହିଛି। ଏହିପରି ଲୋକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୃହ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ରାଜ୍ୟକୁ ସତର୍କତା ଅବଲମ୍ବନ କରିବାକୁ, ସୀମା ଉପରେ ନଜର ରଖିବାକୁ ଏବଂ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବାକୁ କହିଛି।

Leave A Reply

Your email address will not be published.