Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଗରମ କବିତା

ଏମିତି ଗରମ ହେଉଛି ଯେମିତି
ମଣିଷକୁ ସୂର୍ଯ୍ୟ କରୁଛନ୍ତି କିବା ଫ୍ରାଏ;
ଆମଠୁ ଦେଖିକି ଗରମ ଖାଦ୍ୟ
ଖାଇବାକୁ ଆଉ ମନ କରିଲେ କି ସିଏ?

ଏସି ଭିତରେ ଯେ ରହୁଛନ୍ତି ଯଦି
ବାହାରକୁ କେବେ ଆସିଲେ;
ମୁହଁରେ ତାଙ୍କର ବେଲୁନ୍ ଫୋଟକା
ଆହା କି ସୁନ୍ଦର ଦିଶିଲେ!

ଖରାଦିନ ଅଟେ ଓଡିଆଙ୍କ ଦିନ
ଏଥିରେ ସନ୍ଦେହ ନାଇଁ;
ଆସିଥାଏ ଏହା ପଖାଳ ଖାଇକି
ଦିନରେ ଶୋଇବା ପାଇଁ!

ଓଡିଶା ନମ୍ବର ଓ୍ବାନ୍ ଏଥିରେ
ସନ୍ଦେହ କରନା କେହି;
ଆମର ଟିଟିଲାଗଡଠୁ ଉତ୍ତପ୍ତ
ସହର ବିଶ୍ବରେ ନାହିଁ!

ଯୁବକ ଯୁବତୀମାନଙ୍କୁ ଗରମ
ଆଦୈା ହୁଏ ନାଇଁ ଅନୁଭୂତ;
ହାତରେ ତାଙ୍କର ମୋବାଇଲି ଥିଲେ
ଲାଗଇ ହେମାଳ ଶୀତ!

ଗରମ ଦିନରେ ଜଳଦାନ ପାଇଁ
ମାଠିଆରେ ନାହିଁ ଜଳ;
ସବୁଠି ଗଡୁଛି ବିଅର ବୋତଲ
ଗଡେଇ ତାହାକୁ ପିଉଛନ୍ତି କାଉଦଳ!

ଖରା କାରଣରୁ ବିଜୁଳି କଟିବା
ଅଟେ ଆମ ପରମ୍ପରା;
ଅନ୍ଧାର କାରଣୁ ଏହା ପ୍ରେମଭାବ
ବୃଦ୍ଧି କରିଥାଏ ପରା!

ଖରା ସହ ଯେବେ କାଳ ବୈଶାଖୀ
ମଝିରେ ମଝିରେ ହେଉଚି;
ଲାଗୁଚି ସତେ କି ରମ୍ ଗ୍ଲାସରେ
ସୋଡା କିଏ ଢାଳି ଦେଉଚି!

ଏ ମୈାସୁମି ଗୁଡାକ ସେମିତିଆ
ଆସିବେ ଆସିବେ ବୋଲି ଗଡାଅନ୍ତି ବେଳ;
ତାଙ୍କ ଅପେକ୍ଷାରେ ମଣିଷ ବିଚରା
ହେଉଥାଏ ଝାଳନାଳ!

ଖରାଦିନେ ଆମେ ଶୀତ ଖୋଜୁଥାଉ
ଶୀତଦିନେ ଖୋଜୁ ଗରମ;
ପ୍ରକୃତି ଏମିତି ଟାଣଇ ଆମକୁ
ବିପରୀତ ଆମ ଧରମ!

 

Leave A Reply

Your email address will not be published.