Latest Odisha News

BREAKING NEWS

ମାଆ କରୋନା ପଜିଟିଭ ଚିହ୍ନଟ ପରେ ନର୍ସଙ୍କ ଦାୟିତ୍ୱରେ ତିନି ମାସର ଶିଶୁ

ରାୟପୁର : ଡାକ୍ତରଖାନାରେ ନର୍ସଙ୍କ କୋଳରେ ତିନି ମାସର ଶିଶୁ । ତାର ଏବେ ସବୁ ଦାୟିତ୍ୱ ନେଇଛନ୍ତି ଏହି ଦୁଇ ନର୍ସ । ମାଆଠୁ ତାକୁ ଦୂରେଇ ରଖାଯାଇଥିବାରୁ ପିଲାଟି ଏବେ ନର୍ସଙ୍କ ପାଖରେ । କାରଣ ମାଆ କରୋନା ପଜିଟିଭ ଜଣାପଡିବା ପରେ ପିଲାଟିକୁ ଅଲଗା ରଖାଯାଇଛି । ଏ ଦୃଶ୍ୟ ହେଉଛି ଛତିଶଗଡ ରାୟପୁରର ।

ଶିଶୁର ମାଆ ଏବେ ରାୟପୁର ଏମ୍ସରେ ଚିକିତ୍ସାଧୀନ । ପିଲାଟିକୁ ସଂକ୍ରମଣର ଆଶଙ୍କା ଥିବାରୁ ମାଆ ପାଖକୁ ଛଡାଯାଉନାହିଁ । ତେବେ ଏ ମଧ୍ୟରେ ହସ୍ପିଟାଲ ପକ୍ଷରୁ ପିଲାଟିର ଆଇ ଓ ମାମୁଁ ତାର ଯତ୍ନ ନେବା ପାଇଁ ଡକାଯାଇଥିଲା । କିନ୍ତୁ ସ୍ୱାବ ନମୁନା ପରୀକ୍ଷଣ ବେଳେ ସେମାନଙ୍କର ବି କରୋନା ପଜିଟିଭ ଥିବା ଜଣାପଡିଥିଲା ।

ଶିଶୁକୁ ଏମ୍ସର ଏହି ଦୁଇ ନର୍ସଙ୍କ ଦାୟିତ୍ୱରେ ଦିଆଯାଇଛି । ସେମାନେ ତାର ଉପଯୁକ୍ତ ଯତ୍ନ ନେବା ସହ ତାର ଖାଇବା କଥା ବୁଝୁଛନ୍ତି । କିନ୍ତୁ ଏସବୁ ଭିତରେ ଲାଗୁଛି ଯେମତି କୁନି ଝିଅଟି ତାର ମାଆର କୋଳକୁ ଝୁରି ହେଉଛି ।

କୁନି ଝିଅଟି ଜାଣିନି କରୋନା କଣ । କିନ୍ତୁ ସେଇ କରୋନା ଏହି କୁନି ନିଷ୍ପାପ ଛୁଆଟିକୁ ତା ମାଆଠାରୁ ଦୂରେଇ ରଖିଛି ।

Leave A Reply

Your email address will not be published.