Latest Odisha News

ମହାରାଷ୍ଟ୍ରରେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହାରି ମଧ୍ଯରେ ମହାରାଷ୍ଟ୍ରରେ ଆଉ ଗୋଟେ ଲଜ୍ଜାଜନକ ଘଟଣା ଘଟିଯାଇଛି।

ମହାରାଷ୍ଟ୍ରର ରତ୍ନଗିରିରେ ଜଣେ ଅଟୋ ଡ୍ରାଇଭର ଜଣେ ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଡାକ୍ତରୀମାଇନା କରାଯାଉଥିବା ବେଳେ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ। ପୀଡିତା ଛାତ୍ରୀଙ୍କ ପିତାମାତା ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିବାବେଳେ ଏହି ଘଟଣାକୁ ରତ୍ନଗିରିରେ ବିକ୍ଷୋଭ ଦେଖାଦେଇଛି।

ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଘରକୁ ଯିବା ପାଇଁ ଏକ ଅଟୋ ରିକ୍ସାରେ ଚଢିଥିଲେ। ପରେ ଅଟୋ ଡ୍ରାଇଭର ତାଙ୍କୁ ନିଶା ମିଶ୍ରିତ ପାଣି ପିଆଇ ଦେଇଥିଲା। ପରେ ସେ ତାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇ ଦୁଷ୍କର୍ମ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ପୀଡିତାଙ୍କ ପିତାମାତା ଏନେଇ ଅଗଷ୍ଟ ୨୬ ତାରିଖ ରାତିରେ ପୋଲିସରେ ଅଭିଯୋଗ କରିଥିଲେ।

ତେବେ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଖୋଜୁଛି।

 

Comments are closed.