Latest Odisha News

BREAKING NEWS

ନକଲି ଆଡମିଟ୍ କାର୍ଡ ପାଇଁ ୩ ନର୍ସିଂ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ: ନକଲି ସାର୍ଟିଫିକେଟ୍, ନକଲି କଲେଜ ବିଶ୍ୱବିଦ୍ୟାଳୟ ପରେ ଏବେ ନକଲି ଆଡମିଟ୍ କାର୍ଡ ସାମ୍ନାକୁ ଆସିଛି । ଆଉ ଏହି ନକଲି ଆଡମିଟ୍ କାର୍ଡ ଲାଗି ତିନି ତିନି ଜଣ ନର୍ସିଂ ଛାତ୍ରୀ ପ୍ରଥମେ ପ୍ରତିବାଦ କରିବା ପରେ ଜୀବନ ହାରିବାକୁ ବସିଥିବା ବେଳେ ପୋଲିସ ଉଦ୍ଧାର କରିଛି ।

ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ । ସୂଚନା ଅନୁସାରେ, ଛେଣ୍ଡିପଦା ଠାରେ ଥିବା ସାଇ ଶ୍ରଦ୍ଧା ନାମକ ନର୍ସିଂ ସ୍କୁଲରେ ତିନି ଛାତ୍ରୀ ପଢ଼ୁଥିବା ବେଳେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ସେମାନେ ସ୍କୁଲର ସମସ୍ତ ଦେୟ ଦେଇଥିବା ବେଳେ ସେମାନଙ୍କୁ ପରୀକ୍ଷା ଦେବାକୁ କୁହା ଯାଇଥିଲା । ହେଲେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସେମାନଙ୍କ ଆଡମିଟ୍ କାର୍ଡ ନକଲି ବୋଲି ଜଣା ପଡ଼଼ିଥିଲା । ଫଳରେ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ୩ ଛାତ୍ରୀ ।

ତେବେ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଛାତ୍ରୀମାନେ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ନ ପାଇବାରୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତଥାପି କିଛି ସୁଫଳ ମିଳି ନଥିଲା । ଫଳର ଛାତ୍ରୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ଆତ୍ମାହୁତି ପାଇଁ ପେଟ୍ରୋଲ ଓ ଦିଆସିଲ୍ ରଖିଥିବା ବେଳେ ପୋଲିସ ସେସବୁ ଜବତ କରିଛି ।

Leave A Reply

Your email address will not be published.