Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ନୁସରତ୍‌ ଭରୁଚା

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ନୁସରତ୍‌ ଭାରୁଚା। ନିକଟରେ ତାଙ୍କୁ ତାଙ୍କ ସୁଟିଂ ସେଟ୍‌ରୁ ଡାକ୍ତରଖାନା ନେବାକୁ ପଡିଥିଲା। ଏହି ଚଳଚ୍ଚିତ୍ର ପାଇଁ ସମସ୍ତ ସୁଟିଂ ଅସ୍ଥାୟୀ ଭାବେ ଅଟକି ରହିଛି।

ତେବେ ତାଙ୍କର ଏକ ଭର୍ଟିଗୋ ଆଟାକ୍‌ ପରେ ତାଙ୍କୁ ତୁରନ୍ତ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାକୁ ନିଆଯାଇଥିଲା। ସେ ଏତେ ଦୁର୍ବଳ ଥିଲେ ଯେ ତାଙ୍କୁ ଡାକ୍ତରଖାନାର ଉପର ମହଲାକୁ ନେବା ପାଇଁ ତାଙ୍କୁ ଏକ ହ୍ୱିଲ୍ ଚେୟାର ଆବଶ୍ୟକ ପଡ଼ିଥିଲା।

ସେ କହିଛନ୍ତି, “ଡାକ୍ତରମାନେ ଏହାକୁ ଏକ ଭର୍ଟିଗୋ ଆଟାକ୍‌ ବୋଲି ଚିହ୍ନଟ କରିଥିଲେ ଯାହା ଅତ୍ୟଧିକ ଚାପ ହେତୁ ଘଟିଥଲା। ସେ କହିଛନ୍ତି ଯେ ତାଙ୍କ ରକ୍ତଚାପ ସ୍ତର ୬୫/୫୫କୁ ଖସି ଆସିଥିଲା।

Comments are closed.