Latest Odisha News

ନୁସରତ-ନିଖିଳଙ୍କ ବିବାହ ଅବୈଧ: କୋଲକାତା କୋର୍ଟ

କୋଲକାତା: ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ଓ ବ୍ୟବସାୟୀ ନିଖିଳ ଜୈନଙ୍କ ବିବାହକୁ ଆଜି କୋଲକାତା କୋର୍ଟ ଅବୈଧ ଘୋଷଣା କରିଛି । ନୁସରତ ଓ ନିଖିଳ ୨୦୧୯ରେ ତୁର୍କୀରେ ବିବାହ କରିଥିଲେ । ନିଖିଳ ଜୈନ ହିନ୍ଦୁ ଓ ନୁସରତ ମୁସଲମାନ ହୋଇଥିବା ବେଳେ ସେମାନେ କିନ୍ତୁ ବିବାହ ପଂଜିକରଣ କରି ନ ଥିଲେ । କୌଣସି ପ୍ରମାଣ ନ ଥିବାରୁ କୋର୍ଟ ସେମାନଙ୍କୁ ବିବାହ ବୈଧ ନୁହେଁ ବୋଲି କହିଥିଲେ ।

ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଏପରି କି ନୁସରତଙ୍କ ପିଲାର ପିତା ନୁହନ୍ତି ବୋଲି ନିଖିଳ କହିଥିଲେ । ଏବେ ଅଭିନେତା ୟଶ ଦାସଗୁପ୍ତା ଓ ନୁସରତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Comments are closed.