Latest Odisha News

BREAKING NEWS

ଆଇପିଏସ ସ୍ତରରେ ଅଦଳବଦଳ : ବିନୟାନନ୍ଦ ଗୃହ ବିଭାଗର ଓଏସ୍‍ଡି, ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୋଲିସ୍‍ ଦାୟିତ୍ବ

ଭୁବନେଶ୍ବର : ଆଇପିଏସ୍‍ ସ୍ତରରେ ଅଦଳବଦଳ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୫ ଆଇପିଏସ ଅଫିସରଙ୍କ ପଦବୀରେ ଅଦଳ ବଦଳ ହୋଇଛି । ୧୯୮୮ ବ୍ୟାଚ୍ ଆଇପିଏସ୍ ରାଜ୍ୟ ମାନବାଧିକାର କମିଶନ ଅତିରିକ୍ତ ଡିଜିପି ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ଅଧିକାରୀ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ରାଜ୍ୟ ମାନବାଧିକାର କମିଶନର ଅତିରିକ୍ତ ଡିଜିପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଗୃହ ବିଭାଗରେ ସ୍ବତନ୍ତ୍ର ଅଧିକାରୀ ଭାବରେ ଥିବା ପୂର୍ବତନ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୋଲିସ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି । ଆଇଜି ବୈଷୟିକ ସଫିନ ଅହମ୍ମଦ କେ.ଙ୍କୁ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜି ଭାବେ ବଦଳି କରାଯାଇଛି । ସେହିପରି କ୍ରାଇମ୍‌ବ୍ରାଞ୍ଚର ଏସ୍‌ପି ଏଲ୍ ଦିବ୍ୟା ଭିଙ୍କୁ ଢେଙ୍କାନାଳ ଏସପି ଭାବରେ ବଦଳି କରାଯାଇଛି ।

Leave A Reply

Your email address will not be published.