ଭୁବନେଶ୍ବର : ରାଜ୍ୟରେ ଉଭୟ ଛୋଟ ଓ ବଡ଼ ଶିଳ୍ପାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ତଥା ଶିଳ୍ପାୟନ ପରିବେଶକୁ ବ୍ୟାପକ କରିବା ଲକ୍ଷ୍ୟରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୧ । ଭର୍ଚୁଆଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ତଥା କନଫେଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ବା ସିଆଇଆଇର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍ ଓଡ଼ିଶାର ଏହା ହେଉଛି ୨୩ତମ ସଂସ୍କରଣ । ଆସନ୍ତା ଡିସେମ୍ବର ୧୭ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ । ମୁଖ୍ୟତଃ ଷ୍ଟାର୍ଟଅପ୍ ଓ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ଗୋଟିଏ ଫୋରମରେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ମାସେ ପର୍ଯ୍ୟନ୍ତ ଚାଲିବ ।
BREAKING NEWS
- ଦିଲ୍ଲୀରେ ଅଗ୍ନିକାଣ୍ଡ, ଇ-ରିକ୍ସା ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗି ୪ମୃତ
- ଦିଅଁ ଦର୍ଶନ ପୂର୍ବରୁ ଚାଲିଗଲା ପ୍ରାଣ: ରାଞ୍ଚି-ପାଟନା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୩ମୃତ
- ସୋମବାର ଲୋକସଭାର ୪ଦିନିଆ ସ୍ୱତନ୍ତ୍ର ଅଧିବେଶନ, ଆସିବ ସୀମା ପୁନଃନିର୍ଦ୍ଧାରଣ ବିଲ୍
- ରାଜସ୍ୱ ପାର୍ଷଦଙ୍କ ଐତିହାସିକ ନିଷ୍ପତ୍ତି;ମହାପ୍ରଭୁଙ୍କ ନାଁକୁ ଫେରିଲା ୮୧ ଏକର ଜମି,ବଜାର ମୂଲ୍ୟ ୧୦୬୦ କୋଟି
- ପୋଲିସ ଉପରକୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
- ‘ଓଡ଼ିଶା ଓ ମହାନଦୀକୁ ନ୍ୟାୟ ନମିଳିଲେ ସୁପ୍ରିମକୋର୍ଟକୁ ଯିବୁ’;ମହାନଦୀ ଟ୍ରିବ୍ୟୁନାଲଙ୍କ ଉଦ୍ଦେଶ୍ୟରେ ଯାଚିକା ଦାଖଲ
- Madurai Deepathoon: ‘ଦୀପଥୁନ୍’ରେ ଜଳିଲା କାର୍ତ୍ତିଗାଇ ଦୀପ;ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ,ଜୟଧ୍ୱନିରେ କମ୍ପିଲା ପରିବେଶ
- ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ଗାଡ଼ି; ୭ ମୃତ, ୫ ଆହତ
- ଡାଲି ବସ୍ତାରେ ଚାଲିଥିଲା ନିଶା କଫ୍ ସିରପ ଚାଲାଣ; ୪୫୦୦ ବୋତଲ ଜବତ, ଜଣେ ଗିରଫ
- ତଦନ୍ତ ସମୟରେ ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ
Comments are closed.