ବଡିଗାର୍ଡଙ୍କ ସହ ଧକ୍କାରୁ ବର୍ତ୍ତିବା ପରେ ଏମିତି ପ୍ରତିକ୍ରିୟା ଦେଲେ ନ୍ୟାସା.. ୟୁଜର୍ସ କହିଲେ ଯେମିତି ମା’- ସେମିତି ଝିଅ
ମୁମ୍ବାଇ: ଅଜୟ ଦେବଗନ ଏବଂ ଜାଜଲଙ୍କ ଲାଡଲି ନ୍ୟାସାଙ୍କୁ ନେଇ ଆଜିକାଳି ଖୁବ ଚର୍ଚ୍ଚା । ନ୍ୟାସାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆାରେ ଖୁବ ଭାଇରାଲ ହେଉଛି ଆଜିକାଲି । ନ୍ୟାସା ଦେବଗନ ତାଙ୍କର ବେଷ୍ଟ ଫ୍ରେଣ୍ଡ ଓରିଙ୍କ ସହ ଆଜିକାଲି ଖୁବ ପାର୍ଟି ଏବଂ ଡିନରରେ ଯାଉଛନ୍ତି । ଏଇ ରବିବାର ବି ଦୁହେଁ ଏକାଠି ବୁଲୁଥିଲେ । ହେଲେ କ୍ୟାମେରାରେ ଧରାପଡି ଯାଇଥିଲେ । ଆଉ ତାଙ୍କର ଏହି ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଏହି ଭିଡିଓକୁ ନେଇ ନ୍ୟାସା ଖୁବ ଚର୍ଚ୍ଚାକୁ ଆସିଛନ୍ତି ଏବଂ ଫ୍ୟାନ୍ସମାନେ ବେଶ ରିଆକ୍ଟ ବି କରିଛନ୍ତି । ନ୍ୟାସାଙ୍କର ଏହି ଭିଡିଓ ଇନଷ୍ଟାରେ ଭାଇରାଲ ହୋଇଛି ।
ବିରଳ ଭୟାନୀଙ୍କ ଅଫସିଆଲଙ୍କ ଇନଷ୍ଟା ହାଣ୍ଡେଲରେ ନ୍ୟାସା ଦେବଗନଙ୍କର ଏକ ଭିଡିଓ ଶେୟାର ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି, ନ୍ୟାଶା ତାଙ୍କର ବେଷ୍ଟ ଫ୍ରେଣ୍ଡ ଫରଏଭର (BFF) ଓରିଙ୍କ ସହ ଡିନର ପାଇଁ ଯାଉଛନ୍ତି । ଉଭୟେ ଗୋଟିଏ କାରରୁ ଓହ୍ଲାଉଥିବା ଦେଖିବାକୁ ମିଳିଛି।
ନ୍ୟାସାଙ୍କ ବଡିଗାର୍ଡ ଅଚାନକ ତାଙ୍କର ଡୋର ଖୋଲିବାକୁ ଆସୁଛନ୍ତି ଏବଂ ଆସୁ ଆସୁ ନ୍ୟାସାଙ୍କ ସହ ଧକ୍କା ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣାରେ ନ୍ୟାସା ହସି ଦେଇ ଭିତରକୁ ଚାଲି ଯାଉଛନ୍ତି । ନ୍ୟାସାଙ୍କର ଏହି ଭିଡିଓ ବେଶ ଭାଇରାଲ ହୋଇଛି ।
ୟୁଜର୍ସ ଏହି ଭିଡିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ‘ଲାଗୁଛି ସବୁବେଳେ ନିଶାରେ ରୁହନ୍ତି ।’ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, ପୁରା ମମ୍ମି ପରି… । ଅନ୍ୟ ଜଣେ ୟୁଜର୍ସ ଓରିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ ଓରି ସବୁବେଳେ ଝିଅ ମାନଙ୍କ ସହ ହିଁ ଦେଖିବାକୁ ମିଳନ୍ତି । ଯାହା ବି ହେଉ, ନ୍ୟାସାଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିଛନ୍ତି ।
View this post on Instagram
Comments are closed.