ରାୱଲପିଣ୍ଡ: ରଚୀନ ରବୀନ୍ଦ୍ରଙ୍କ ଚମତ୍କାର ଶତକ ବଳରେ ଏଠାରେ ସୋମବାର ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ନ୍ୟୁଜିଲାଣ୍ଡ ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଗ୍ରୁପ ଏରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଆୟୋଜକ ତଥା ଗତ ସଂସ୍କରଣର ଚାମ୍ପିୟନ ପାକିସ୍ତାନ ଏବଂ ବାଂଲାଦେଶ ଏହି ଦୌଡରୁ ବାଦ ପଡିଛନ୍ତି । ବାଂଲାଦେଶ ପ୍ରଦତ ୨୩୭ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଛି । ରଚୀନ ୧୧୨ ରନ କରିଥିଲେ । ଟମ ଲାଥାମ ୫୫ ରନର ଉପଯୋଗୀ ଇନିଂସ ଖେଳିଥିଲେ । ମାଇକେଲ ବ୍ରେସୱେଲ ୧୧ ଓ ଗ୍ଲେନ ଫିଲିପ୍ସ ୨୧ ରନ କରି ଅପରାଜିତ ରହିଥିଲେ ।
ବାଂଲାଦେଶ ପକ୍ଷରୁ ଟସ୍କିନ ଅହମ୍ମଦ, ନାହିଦ ରାଣା, ମୁସ୍ତାଫିଜୁର ରେହମାନ ଓ ରିଶଦ ହୋସେନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପୂର୍ବରୁ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୨୩୬ ରନ ସଂଗ୍ରହ କରିଥିଲା । ନାଜମୁଲ ହାସନ ମିରାଜ ଦଳ ପକ୍ଷରୁ ସର୍ବାଧିକ ୭୭ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାକେର ଅଲୀ ୪୫, ରିଶଦ ହୋସେନ ୨୬ ଓ ତାଞ୍ଜିଦ ହାସନ ୨୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସୱେଲ ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ ଅକ୍ତିଆର କରିଥିଲେ ।
Comments are closed.