Latest Odisha News

ଭାରତୀୟ ବକ୍ସିଂର ପରିଚାଳନା ପାଇଁ ଆଇଓଏ ଗଠନ କଲା ଆଡ ହକ ପ୍ୟାନେଲ

ନୂଆଦିଲ୍ଲୀ: ଫେବୃୟାରୀ ୨୪ରେ ଭାରତୀୟ ଅଲିମ୍ପିକ ସଂଘ ଦେଶରେ ବକ୍ସିଂ ଠିକ ଭାବେ ପରିଚାଳନା କରିବା ପାଇଁ ଏକ ଆଡହକ ପ୍ୟାନେଲ ଗଠନ କରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ ନିର୍ବାଚନ କରିବାରେ ବିଫଳ ହୋଇଛି । ଭାରତୀୟ ଆଥଲେଟିକ୍ସ ମହାସଂଘର ପୂର୍ବ କୋଷାଧ୍ୟକ୍ଷ ମଧୂକାନ୍ତ ପାଠକଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲ ମାଧ୍ୟମରେ ଆଇଓଏ ବିଏଫଆଇକୁ ଶୀଘ୍ର ନିର୍ବାଚନ କରାଇବା ପାଇଁ କହିଛି । ଏ ନେଇ ଆଇଓଏ ଅଧ୍ୟକ୍ଷ ପିଟି ଉଷା ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏଥିରେ ଆଇଓଏ ବିଏଫଆଇର ପ୍ରଶାସନିକ ମାମଲାର ସମସ୍ତ ଦିଗ ପ୍ରତି ନଜର ରଖିଛି ।

ନୂତନ ମାନଦଣ୍ଡ ଅନୁସାରେ ଫେବୃୟାରୀ ୨ ସୁଦ୍ଧା ନିର୍ବାଚନ କରାଇବାର ଥିଲା । ମାତ୍ର ସମୟସୀମା ଗଡି ଯାଇଥିଲେ ମଧ୍ୟ ଏହି ନିର୍ବାଚନ କରାଯାଇ ନାହିଁ । ଆଗକୁ ବିଧିବଦ୍ଧ ଭାବେ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଆଡହକ ପ୍ୟାନେଲ ଦାୟିତ୍ୱ ତୁଲାଇବ । ଏହି ପ୍ୟାନେଲର ଅନ୍ୟ ସଦସ୍ୟମାନେ ହେଲେ ରାଜେଶ ଭଣ୍ଡାରୀ, ଡିପି ଭଟ୍ଟ, ଶିବ ଥାପ୍ପା, ଓ ବୀରେନ୍ଦ୍ର ସିଂ ଠାକୁର ।

Comments are closed.