Latest Odisha News

BREAKING NEWS

ସରକାରୀ ବସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ୪ ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଆମ୍ବିଆନ୍ସ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ସରକାରୀ ବସ୍ ଜବତ ହୋଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଚଢାଉ ବେଳେ ବସରୁ ୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା, ଯାହାର ଓଜନ ୪୦ କେଜି ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ସୂଚନାମୁତାବକ, ଏକ ସରକାରୀ ବସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଜୟପୁରରୁ ରାଉରକେଲା ଆସୁଥିବା ଉକ୍ତ ବସଟି ଆମ୍ବିଆନ୍ସ ଛକ ନିକଟରେ ଏକ ଦୋକାନ ପାଖରେ ଅଟକିଥିବାବେଳେ, ବସଟି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ବସରେ ଚଢ଼ାଉ କରି ପୋଲିସ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ପୋଲିସ ବସ୍ କଣ୍ଡକ୍ଟର ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ।

Comments are closed.