Latest Odisha News

BREAKING NEWS

ଆୟର୍ଲାଣ୍ଡରେ ମ୍ୟାଚିଂ ମାସ୍କର ଚାହିଦା ବୃଦ୍ଧି

ଡୁବଲିନ୍‌: କରୋନା ମହାମାରୀ ସାରା ବିଶ୍ୱଙ୍କୁ ଅସୁବିଧାରେ ପକାଇଛି । ବ୍ୟବସାୟୀମାନେ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେବେ କରୋନାକୁ ନେଇ ଆୟର୍ଲାଣ୍ଡର ଫେଶନ ଏବେ ଚର୍ଚ୍ଚାର କାରଣ ସାଜିଛି । ନବବଧୂଙ୍କ ପାଇଁ ଫେଶନ ଡିଜାଇନର ଓଆନା ମ୍ୟାଚିଂ ମାସ୍କ ତିଆରି କରିଛନ୍ତି । ଯାହା ସମସ୍ତଙ୍କୁ ପସନ୍ଦ ଆସୁଛି ।

ଅନଲାଇନରେ ଏହାର ଚାହିଦା ବଢ଼ିବାରେ ଲାଗିଛି । ନବବଧୂ ଯେଉଁ ପୋଷାକ ପିନ୍ଧୁଛନ୍ତି ତାହାକୁ ଆଖିରେ ମାସ୍କ ମଧ୍ୟ ତିଆରି କରାଯାଉଛି । ଆୟର୍ଲାଣ୍ଡରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏବେ ସେଠାରେ ବାହାଘର ସିଜନ ହୋଇଥିବାରୁ ଓଆନାର ଏହାର ବ୍ୟବସାୟିକ ଫାଇଦା ମଧ୍ୟ ଉଠାଉଛନ୍ତି ।

Leave A Reply

Your email address will not be published.