Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର

କଟକ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS, ORS ଅଫିସର । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାର ଅଫିସର ମାନେ ଛୁଟିରେ ଗଲେ । ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ।

ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ଚାରି ରୁ ଛଅ ଜଣ ଯୁବକ ମରାଣାତ୍ମକ ଆକ୍ରମଣ ହୋଇଛି । ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଘୋଷାଡ଼ି ବାହାରକୁ ଆଣି ମାଡ଼ ସହ ଗୋଇଠା ମାଡ ମଧ୍ୟ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।

ଏହି ଘଟଣା ସମ୍ପର୍କରେ ଅଫିସର ରତ୍ନାକର ଖାରବେଳ ନଗର ଥାନାରେ ଏକ ଏଫଆଇଆର ଦେଇଛନ୍ତି । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନିଜଣ ଅଭିଯୁକ୍ତ, ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି । ଆଜି ଏହି ଘଟଣାରେ ବିଜେପି ରାଜ୍ୟ ସଭାପତି ୫ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ।

Comments are closed.