Latest Odisha News

ଅଜବ ନିୟମ: ମୋଟା ହେଲେ ଦେବାକୁ ପଡ଼ିବ ଜରିମନା, ହରାଇବାକୁ ପଡ଼ିବ ଚାକିରୀ

ଏମିତି ଏକ ଅଞ୍ଚଳ ଯେଉଁଠି ମୋଟା ଲୋକଙ୍କ ପାଇଁ ନିୟମ ଖୁବ୍ କଡ଼ାକଡ଼ି । ଯଦି ଆପଣ ମୋଟା ହୋଇଥିବେ ତେବେ ଆପଣଙ୍କୁ ଅନେକ ଝାମେଲାର ସାମ୍ନା କରିବାକୁ ପଡ଼ିବ । ସରକାରୀ ନିୟମ ଅନୁସାରେ ଏଠାରେ ଆପଣଙ୍କୁ ଜରିମାନା ଦେବାକୁ ତ ପଡ଼ିବ, ତାହାସହିତ ସରକାରୀ କର୍ମଚାରୀ ହୋଇଥିଲେ ଚାକିରିରୁ ବିଦା ହେବାକୁ ପଡ଼ିବ । ଏମିତି ଅଞ୍ଚଳ ବିଷୟରେ ଜାଣିବାକୁ ଆଗ୍ରହୀ କି ? ପୁରା ଖବରଟି ଜାଣନ୍ତୁ ।

କିଛି ଲୋକ ନିଜ ମୋଟାପଣକୁ ନେଇ ଅସନ୍ତୁଷ୍ଟ ଥିବା ବେଳେ ଅନ୍ୟ କିଛି ଲୋକ ମୋଟା ହେବା ପାଇଁ ଉଦ୍ୟମ କରିଥାନ୍ତି । ଯଦି ଆପଣ ମୋଟା ଓ ଜାପାନରେ ରହିବାକୁ ଆଗ୍ରହୀ ତେବେ ପ୍ରଥମେ ଜରିମାନା ଦେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । କାରଣ ଜାପାନରେ ମୋଟା ହେଲେ ଜରିମାନା ଭରିବାକୁ ପଡ଼ିଥାଏ । ଯଦି ଆପଣ କୌଣସି କାର୍ଯ୍ୟାଳୟର କର୍ମଚାରୀ ଓ ଚେହେରା ଅଧିକ ମୋଟା ତାହାହେଲେ ସେଠାକାର ନିୟମ ଅନୁସାରେ ଚାକିରିରୁ ମଧ୍ୟ ବିଦା ହେବାକୁ ପଡ଼ିପାରେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ଲୋକଙ୍କ ମୋଟାପଣକୁ ନେଇ କଟକଣା ଲଗାଇ ଦିଆଯାଇଛି । ଏହି କାରଣରୁ ସେଠାକାର ବାସିନ୍ଦାମାନେ ନିଜ ଖାଦ୍ୟପେୟରେ ଖୁବ୍ ସାବଧାନତା ଅବଲମ୍ବନ କରିଥାନ୍ତି । ବିଶେଷକରି ଚର୍ବିଜାତୀୟ ଖାଦ୍ୟଠାରୁ ସେମାନେ ଦୂରରେ ରହିଥାନ୍ତି । ଖାଦ୍ୟପେୟରେ ସଂଯମତା ଆଚରଣ କରିଥିବା କାରଣରୁ ବିଶ୍ୱରେ ଜାପାନ ଲୋକେ ସବୁଠାରୁ ସୁସ୍ଥ ବ୍ୟକ୍ତି ଭାବେ ଗଣାଯାଇଥାନ୍ତି ।

ନିଜ ଦେଶର ନାଗରିକଙ୍କୁ ଫିଟ୍ ରଖିବା ପାଇଁ ଜାପାନ ସରକାର ୨୦୦୮ ମସିହାରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଅଭିଯାନ ଅନୁସାରେ ସେଠାର ସରକାରୀ ଓ ବେସରକାରୀ କମ୍ପାନୀରେ କାର୍ଯ୍ୟରତ ୩୫ରୁ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଅଣ୍ଟାର ମାପ ନିଆଯାଇଥିଲା । ଧାର୍ଯ୍ୟ ନିୟମ ଅନୁସାରେ ଯେଉଁମାନେ ମୋଟା ଭାବେ ବିବେଚିତ ହେଲେ ତାଙ୍କୁ କିଛି ମାସ ଭିତରେ ନିଜକୁ ପତଳା କରିବାକୁ ସୁଯୋଗ ଦିଆଗଲା । ନିୟମକୁ ଦୃଷ୍ଟିରେ ରଖି ଅଧିକାଂଶ ଲୋକ ପତଳା ହେବା ଆରମ୍ଭ କଲେ । ସେଠାକାର ନିୟମରେ ଏକଥା ସ୍ପଷ୍ଟ ଯେ, ଏହି ନିୟମ କଡ଼ାକଡ଼ି ହେବା ପରେ ଏବେ ଜାପାନରେ ମୋଟା ଲୋକଙ୍କ ସଂଖ୍ୟା କମିଛି । ଏଭଳି ସଫଳତାକୁ ଦୃଷ୍ଟିରେ ରଖି ଆଗକୁ ଜାପାନ ସରକାର ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ଆଗ୍ରହୀ ବୋଲି କହିଛନ୍ତି ।

 

Comments are closed.