Latest Odisha News

BREAKING NEWS

କଭି ନାଁ କଭି ହାଁ : ଏଲଜିଙ୍କ ମୋହର ବାଜିବା ପରେ ଫିନଲାଣ୍ଡ ଯିବେ ଦିଲ୍ଲୀ ଶିକ୍ଷକ

ନୂଆଦିଲ୍ଲୀ: କଭି ନାଁ କଭି ହାଁର ଦୀର୍ଘଦିନ ଖେଳ ପରେ ଏବେ ଦିଲ୍ଲୀର ଶିକ୍ଷକମାନେ ପ୍ରଶିକ୍ଷଣ ପାଇଁ ଫିନଲାଣ୍ଡ ଯିବେ । ଶନିବାର ଉପ ରାଜ୍ୟପାଳ ଭିକେ ସକ୍ସେନା ଦିଲ୍ଲୀ ସରକାରଙ୍କ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ପୂର୍ବରୁ ଏଥିପାଇଁ ୫୨ ଜଣ ଶିକ୍ଷକଙ୍କ ନାମ ସୁପାରିଶ କରାଯାଇଥିବା ବେଳେ ଏବେ ଏହାକୁ ୮୭କୁ ବୃଦ୍ଧି କରାଯାଇଛି । ଦିଲ୍ଲୀର ୨୯ଟି ପ୍ରଶାସନିକ ଜୋନ ରହିଛି । ପ୍ରତ୍ୟେକ ଜୋନରୁ ୩ ଜଣ ଲେଖାଁଏ ଶିକ୍ଷକ ଫିନଲାଣ୍ଡ ଯିବେ । ସେଠାରେ ସେମାନେ ସାଉଁଟିଥିବା ଅଭିଜ୍ଞତା ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇବାରେ ସହାୟ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

ଦିଲ୍ଲୀ ସରକାରଙ୍କ ଏହି ପ୍ରସ୍ତାବକୁ ପ୍ରଥମେ ଉପ ରାଜ୍ୟପାଳ ମନା କରି ଦେଇଥିଲେ । ଏ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆପ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଜାନୁୟାରୀ ୨୦ରୁ ଦିଲ୍ଲର ସରକାର ଏ ସମ୍ପର୍କୀତ ଫାଇଲ ଉପ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ । ଦୀର୍ଘ ଦିନ ଧରି ଏହା ପଡି ରହିବା ପରେ ଏ ସମ୍ପର୍କରେ ଆଜି ଚୂଡାନ୍ତ ନିଷ୍ପତି ନିଆଯାଇଥିଲା ।

Leave A Reply

Your email address will not be published.