Latest Odisha News

BREAKING NEWS

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ମହିଳା ପ୍ରିମିୟର ଲିଗ କ୍ରିକେଟ

ମୁମ୍ବାଇ: ସ୍ଥାନୀୟ ଡିୱାଇ ପାଟିଲ ଷ୍ଟାଡିୟମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ଓ କ୍ରିତି ସାନନ ଚମତ୍କାର ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । ଡବ୍ଲ୍ୟୁପିଏଲ ଏବଂ ୫ଟି ଦଳର ଲୋଗୋ ସହ ଅଧିନାୟିକାମାନେ ଉପସ୍ଥିତ ଥିଲେ । ମେଗ ଲାନିଂ, ବେଥ ମୁନୀ, ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା ଏବଂ ଆଲିସା ହିଲିଙ୍କ ସହ ବିସିସିଆଇର ପ୍ରମୁଖ ଅଧିକାରୀ ରୋଜର ବିନ୍ନୀ, ଜୟ ଶାହ, ଅରୁଣ ସିଂ ଧୁମାଲ, ରାଜୀବ ଶୁକ୍ଲା ଓ ଦେବଜିତ ସାଇକିଆଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ କରାଯାଇଥିଲା ।

ଟ୍ରଫି ଉନ୍ମୋଚନ ବେଳେ ହରମନପ୍ରୀତ ଓ ସ୍ମୃତି ପରସ୍ପରକୁ ଆଲିଙ୍ଗନ କରିଥିଲେ । ଭାରତୀୟ କ୍ରିକେଟର ଅନେକ କିମ୍ବଦନ୍ତ୍ରୀ ଉପସ୍ଥିତ ରହିଥିଲେ । ଏହାର କିଛି ସମୟ ପରେ ଉଦଘାନୀ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜ୍ୟାଂଟସ ମଧ୍ୟରେ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.