Latest Odisha News

BREAKING NEWS

ବସନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ସିଏବି, ଓସିଏ

କଲିକତା: ଓଡିଶାର ଅଭିଜ୍ଞ ପେସ ବୋଲର ବସନ୍ତ ମହାନ୍ତି ବେଙ୍ଗଲ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି । ରଣଜୀ ଟ୍ରଫିର ଏହି ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ବେଙ୍ଗଲକୁ ପରାସ୍ତ କରିଛି । ଶୁକ୍ରବାର ଓଡିଶା କ୍ରିକେଟ ଆସୋସିଏଶନ ବସନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମ୍ୟାନେଜର ଯୁଗଳ କିଶୋର ସାମଲ, ମୂଖ୍ୟ କୋଚ ଆର.ଶ୍ରୀକାନ୍ତ, ବ୍ୟାଟିଂ କୋଚ ରଶ୍ମି ରଞ୍ଜନ ପରିଡା ଓ ଫିଲ୍ଡିଂ କୋଚ ଗୌତମ ଗୋପାଳ ଓଡିଶା କ୍ରିକେଟ ପ୍ରତି ଉଲ୍ଲେଖନୀୟ ଅବଦାନ ନେଇ ସ୍ମାରକୀ ପ୍ରଦାନ କରିଥିଲେ । ବେଙ୍ଗଲ କ୍ରିକେଟ ଆସୋସିଏଶନ ମଧ୍ୟ ତାଙ୍କୁ ସମ୍ମାନୀତ କରିଥିଲେ । ବସନ୍ତ ୧୦୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୦.୯୭ ଆଭରେଜରେ ୪୦୩ ୱିକେଟ ଅକ୍ତିଆର କରିଛନ୍ତି ।

ସଂଯୋଗ ବଶତଃ ମନୋଜ ତିୱାରୀଙ୍କୁ ଆଉଟ କରି ବସନ୍ତ କ୍ୟାରିୟର ପ୍ରଥମ ୱିକେଟ ନେଇଥିବା ବେଳେ ତାଙ୍କୁ ଆଉଟ କରି କ୍ୟାରିୟର ଶେଷ କରିଛନ୍ତି । ମ୍ୟାଚ ଶେଷ ହେବା ପରେ ଓଡିଶା ଖେଳାଳିମାନେ ବସନ୍ତୁ କାନ୍ଧରେ ବସାଇ ସସମ୍ମାନେ ପଡିଆରୁ ଡ୍ରେସିଂ ରୁମକୁ ଆଣିଥିଲେ । ବସନ୍ତ ତାଙ୍କ କ୍ୟାରିୟର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆନ୍ତର୍ଜାତୀୟ ପଦାର୍ପଣ ତାଙ୍କ ପାଇଁ ସ୍ୱପ୍ନ ହୋଇ ଯାଇଥିଲା ।

Leave A Reply

Your email address will not be published.