Latest Odisha News

BREAKING NEWS

ହକି ବିଶ୍ୱକପ୍ ସେମି ଫାଇନାଲରେ କଳିଙ୍ଗ ଷ୍ଟାଡିୟମ୍ ଖାଁ ଖାଁ

ଭୁବନେଶ୍ୱର: ହକି ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ନାହିଁ । ଏକଥା ଆମେ କହୁନୁ ବରଂ ଅପରାହ୍ଣ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଦର୍ଶକଙ୍କ ଅନୁପସ୍ଥିତି ସବୁ ସତ ପଦାରେ ପକାଇଛି ।

ସେହିଭଳି ସନ୍ଧ୍ୟା ୭ଟାରେ ବେଲଜିୟମ୍ ଓ ନେଦରଲାଣ୍ଡ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ସେମି ଫାଇନାଲ୍ ମୁକାବିଲା ହୋଇଥିଲା । ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଷ୍ଟାଡିୟମରେ ନଥିଲେ ଦର୍ଶକ । କିନ୍ତୁ ଅନଲାଇନ୍ ଏବଂ ଅଫଲାଇନରେ ଗୋଟିଏ ବି ଟିକେଟ୍ ନାହିଁ । ଅର୍ଥାତ୍ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଛି ।

ଆଜି କେବଳ ଗୋଟିଏ ଦିନ ନୁହେଁ ଏହା ପୂର୍ବରୁ ମଧ୍ୟ ଅନ୍ୟ ମ୍ୟାଚର ସବୁ ଟିକେଟ୍ ବିକ୍ରି ହୋଇ ଯାଇଥିବା ବେଳେ ଷ୍ଟାଡିୟମ୍ ଖାଁ ଖାଁ ରହିଥିଲା । ଯଦି ସବୁ ଟିକେଟ୍ ବିକ୍ରି ହୋଇଛି, ତାହେଲେ କଣ ଟିକେଟ୍ କିଣି ହକି ଦେଖିବାକୁ ଆସିଲେନି ଲୋକେ । ନା କୌଣସି ଅଧିକାରୀ ଏସବୁ ଟିକେଟକୁ ହାଇଜାକ୍ କରି ନେଇଛନ୍ତି ?

କେତେ ଟିକେଟ୍ ବିକ୍ରି ହୋଇଛି ଆଉ କେତେ ଟିକେଟ୍ ପାସ୍ ଆକାରରେ ବାଣ୍ଟିଛି କ୍ରୀଡ଼ା ବିଭାଗ ? ସେନେଇ ସରକାରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆ ଯାଉନି । ଯାହାକି ହକି ବିଶ୍ୱକପ୍ ଟିକେଟ୍ କେଳେଙ୍କାରୀ ଚର୍ଚ୍ଚାକୁ ଆହୁରି ବଳ ଯୋଗାଉଛି ।

Leave A Reply

Your email address will not be published.