ଭୁବନେଶ୍ୱର: ମହିଳା କ୍ରିକେଟ ଲିଗର ଆୟୋଜନ କରିବ ଓଡ଼ିଶା କ୍ରିକେଟ ଆସୋସିଏସ୍- ଓସିଏ । ୯୦ ଖେଳାଳିଙ୍କୁ ନେଇ ଗଠନ କରାଯାଇଛି ୬ଟି ଟିମ୍ । ଓଡ଼ିଶା ଜୁନିୟର ଓ ସିନିୟର କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରୁଥିବା ୫୪ ଜଣ ଖେଳାଳିଙ୍କ ସମେତ ପ୍ରତିଭା ଅନ୍ୱେଷଣ ମାଧ୍ୟମରେ ୩୬ ନୂଆ ଖେଳାଳିଙ୍କୁ ଚୟନ କରାଯାଇଛି ।
ଆସନ୍ତା ୧୫ରୁ ୨୦ ତାରିଖ ଯାଏ ଏକ ଦିବସୀୟ ମ୍ୟାଚ୍ ଖେଳିବେ ୬ଟି ଦଳ । ମ୍ୟାଚ ଆୟୋଜନ ନେଇ ଓସିଏ ୨୪ ଜଣ ଅଫିସିଆଲଙ୍କୁ ମନୋନୀତ କରିବ । କୋଭିଡ୍ କଟକଣା ଭିତରେ ମ୍ୟାଚ୍ ଆୟୋଜନ ହେବ । ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ୍ । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଖେଳାଳି ଓ ଅଫିସିଆଲଙ୍କର କୋଭିଡ ଟେଷ୍ଟ (RT-PCR) ହେବ ।
Comments are closed.