Latest Odisha News

BREAKING NEWS

ନୂତନ ଫର୍ମାଟରେ କଳାହାଣ୍ଡି କପ କ୍ରିକେଟ

ଭୁବନେଶ୍ୱର: କଳାହାଣ୍ଡି କପ କ୍ରିକେଟ ଏଥର ନୂତନ ଫର୍ମାଟରେ ଖେଳାଯାଉଛି । ଏପ୍ରିଲ ୯ରୁ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ବିଭିନ୍ନ ଗ୍ରାଉଣ୍ଡରେ ଏହା ଖେଳାଯାଇଥିଲା । ଗତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ ଡାଇମଣ୍ଡ, ଗୋଲ୍ଡ ଏବଂ ସିଲଭର ୩ଟି ଗ୍ରୁପର ଦଳ ଚୟନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପ୍ରଦର୍ଶନକୁ ଭିତି କରି ଡାଇମଣ୍ଡ ଗ୍ରୁପରେ ରାଉରକେଲା, ଇଷ୍ଟକୋଷ୍ଟରେଲୱେ, ସୁନ୍ଦରଗଡ, ଖୋର୍ଦ୍ଧା, କଟକ ଏ, ମୟୂରଭଞ୍ଜ, କଟକ ବି, ଭୁବନେଶ୍ୱର ଏ, ଝାରସୁଗୁଡା, ଭୁବନେଶ୍ୱର ବି, ଯାଜପୁର ଓ ସମ୍ବଲପୁର ସ୍ଥାନ ପାଇଛି । ଗୋଲ୍ଡରେ ଅନୁଗୁଳ, ବୌଦ୍ଧ, ଢ଼େଙ୍କାନାଳ, ବାଲେଶ୍ୱର, ବରଗଡ, କେନ୍ଦୁଝର, କୋରାପୁଟ, ଭଦ୍ରକ, କିଟ, ନୟାଗଡ, ଜଗତସିଂହପୁର, ଗଞ୍ଜାବ ରହିଛନ୍ତି । ସେହିପରି ସିଲଭରରେ ବଲାଙ୍ଗୀର, କେନ୍ଦ୍ରାପଡା, ନବରଙ୍ଗପୁର, ନୂଆପଡା, ସୋନପୁର, ପୁରୀ, ପାରାଦ୍ୱୀପ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ଦେଓଗଡ, କନ୍ଧମାଳ ଓ ଗଜପତି ଜିଲ୍ଲା ସ୍ଥାନ ପାଇଛନ୍ତି ।

ପ୍ରତ୍ୟେକ ଗ୍ରୁପକୁ ୨ଟି ସବ ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ସବ ଗ୍ରୁପରେ ଗୋଟିଏ ଟିମ ୫ଟି ଲେଖାଁଏ ଏବଂ ସିଲଭର ଗ୍ରୁପର ଟିମ ୬ଟି ମ୍ୟାଚ ଖେଳିବେ । ଡାଇମଣ୍ଡ ଗ୍ରୁପରୁ ଲିଗ ମ୍ୟାଚରୁ ପ୍ରମୁଖ ୪ଟି ଟିମ ସୁପର ଲିଗକୁ ଉନ୍ନୀତ ହେବେ । ଗୋଲ୍ଡ ଗ୍ରୁପରୁ ୨ଟି ଟିମ କ୍ୱାଲିଫାୟର ମ୍ୟାଚ ଖେଳିବେ । ଏହାର ବିଜେତା ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବେ । ସିଲଭର ଗ୍ରୁପର ୨ଟି ଟିମ ଗୋଲ୍ଡ ଗ୍ରୁପର ପରାଜିତ ଟିମକୁ ଭେଟିବେ । ଏହାର ବିଜେତା ସୁପର ଲିଗକୁ ଉନ୍ନୀତ ହେବ । ଯୋଗ୍ୟତା ଅର୍ଜନ କରିପାରି ନ ଥିବା ଟିମକୁ ଅତିରିକ୍ତ ଓଡିଶା ଏ ଓ ଓଡିଶା ବି ୨ଟି ଟିମରେ ଭାଗ କରାଯିବ ।

Leave A Reply

Your email address will not be published.