Latest Odisha News

ଓକାକ୍ ସିଇଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଘଟଣା : ସାଇବର ଠକର ବେଙ୍ଗାଳୁରୁ ଲିଙ୍କ

ଭୁବନେଶ୍ବର : ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ସିଇଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଘଟଣାରେ ତନାଘନା । ହ୍ବାଟ୍‌ସଆପ୍‌ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ସାଇବର ଠକ ବେଙ୍ଗାଳୁରୁର ବୋଲି ଜଣାପଡିଛି । ଗୋଟିଏ ପରେ ଗୋଟିଏ ଏମିତି ୩ଟି ଆକାଉଣ୍ଟରୁ ଟଙ୍କା ଯାଇଛି । ଏହି ସାଇବର ଠବ ହ୍ବାଟସଆପ୍ ହ୍ୟାକ୍ କରିବା ପରେ ଓକାକ୍‌ ସିଇଓଙ୍କ ୩ଜଣ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲା ଲିଙ୍କ୍‌ । ଏହାପରେ ସେମାନେ ଟଙ୍କା ପଠାଇଥିଲେ । ଯାହାକି ସିଧା ଯାଇଥିଲା ହ୍ୟାକର ଆକାଉଣ୍ଟକୁ । ଘଟଣାର ଖୋଳତାଡ଼ ପାଇଁ ବେଙ୍ଗାଳୁରୁ ଯିବ କ୍ରାଇମବ୍ରାଞ୍ଚ । ଏହି ସାଇବର ଠବର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଚିଠି ଲେଖାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ଗତକାଲି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା । ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଓକାକର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ହ୍ୟାକର ମନୋଜଙ୍କ ନମ୍ବରରୁ ଟଙ୍କା ମାଗିଥିଲା । ଆଉ କର୍ମଚାରୀମାନେ ଏହାକୁ ସତ ଭାବି ଜଣେ ୫ ଲକ୍ଷ ଓ ଆଉ ଜଣେ ୨ ଲକ୍ଷ ଟଙ୍କା ପଠାଇଥିଲେ ।

Comments are closed.