Latest Odisha News

BREAKING NEWS

ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳଉତ୍ସ ପ୍ରଦୂଷିତ

ଭୁବନେଶ୍ବର : ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳଉତ୍ସ ପ୍ରଦୂଷିତ । ଏସବୁ ଜଳଉତ୍ସ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଜଳସମ୍ପଦ ବିଭାଗ । ଏହି ୫୫ଟି ଜଳଉତ୍ସ ମଧ୍ୟରୁ ୧୪ଟି ଜଳସମ୍ପଦ ବିଭାଗ ଦ୍ବାରା ପରିଚାଳିତ ହେଉଛି । ଆଉ ଏହି ୧୪ଟି ଜଳଉତ୍ସର ପାଣିକୁ ପ୍ରଦୂଷଣମୁକ୍ତ କରିବାକୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଏହାସହ ନିୟମିତ ପାଣିର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ ଅନ୍ୟ ୪୧ଟି ଜଳଉତ୍ସ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ଜଳଉତ୍ସର ସୁରକ୍ଷା ଓ ପ୍ରଦୂଷଣମୁକ୍ତ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏନେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ୨୩ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.