Latest Odisha News

BREAKING NEWS

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଭଦ୍ରକ ଟାଉନ ପୋଲିସ, ୮ ଯୁବକ ଗିରଫ

ଭଦ୍ରକ : ଚେକିଂ ବେଳେ ଖୋଲିଲା ଗଞ୍ଜେଇ ଚୋରା ଚାଲାଣ କରୁଥିବା ରାକେଟର ଗୁମର । ଗଞ୍ଜେଇ ଚାଲାଣ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ୍ ପୋଲିସ । ଚେକିଂ ବେଳେ ଜବତ ହୋଇଛି ୪୫ କିଲୋ ଗଞ୍ଜେଇ ସହ ମାରଣାସ୍ତ୍ର, ୮ଟି ମୋବାଇଲ, ୧୦ ହଜାର ଟଙ୍କା ଓ କାର ସହ ଗୋଟିଏ ଆମ୍ବୁଲାନ୍ସ ।

BjdElectrycity

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର, ଭଦ୍ରକ ନେହେରୁ ଷ୍ଟାଡିୟମ ନିକଟରେ ଭଦ୍ରକ ଟାଉନ ଥାନା ପୋଲିସ ପକ୍ଷରୁ ଚେକିଂ ଚାଲିଥିଲା । ଏହି ସମୟରେ ସନ୍ଧିଗ୍ଧ ଭାବେ ଆସୁଥିବା ଏକ କାର ସହ ଆମ୍ବୁଲାନ୍ସକୁ ଯାଞ୍ଚ କରିଥିଲା ପୋଲିସ । ଚେକିଂ ବେଳେ ଉଭୟ ଗାଡିରୁ ମୋଟ ୪୫ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇ ଫୁଲବାଣୀରୁ ଭଦ୍ରକ ପୁରୁଣା ବଜାର ଅଞ୍ଚଳକୁ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସପି ଯତୀନ୍ଦ୍ର ପଣ୍ଡା ।

Leave A Reply

Your email address will not be published.