ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓସିଏ ଇଣ୍ଟର ଡିଷ୍ଟିକ ସିନିୟର ପୁରୁଷ ଟି-୨୦ ଲିଗ ମ୍ୟାଚ।
ରାଜ୍ୟର ୩୭ଟି ଟିମକୁ ୬ଟି ଗ୍ରୁପରେ ବିଭକ୍ତ କରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ମ୍ୟାଚ ୧୪ ତାରିଖ ଠାରୁ ଆରମ୍ଭ କରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ତେବେ କଟକ ଓ ଭୁବନେଶ୍ୱର ଦୁଇଟି ସ୍ଥାନରେ ଖେଳାଯିବ ସମସ୍ତ ମ୍ୟାଚ। କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସମ୍ପାଦନ ହେବ ମ୍ୟାଚ।
ବିସିସିଆଇର ସୂଚୀ ଅନୁସାରେ ଓସିଏ ନିଜକୁ ପ୍ରସ୍ତୁତ କରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି।
ସେହିପରି ଆସନ୍ତା ୨୬ ତାରିଖରୁ ଓଡ଼ିଶା କ୍ରିକେଟ ଲିଗ ଆରମ୍ଭ ହେବ। ଯେଉଁ ଖେଳାଳି ମାନେ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ସେମାନେ ଆଗାମୀ ଦିନରେ ବିସିସିଆଇର ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇବେ ବୋଲି ସୂଚନା ମିଳିଛି ।
Comments are closed.