Latest Odisha News

BREAKING NEWS

ଆନ୍ଦୋଳନରୁ ଓହରିଲେ ୟୁପି କୃଷକ, ନୋଏଡା-ଦିଲ୍ଲୀ ବର୍ଡର ଖୋଲିଲା

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ବିରୋଧ ଜାରି ରହିଛି । ତେବେ ଇତି ମଧ୍ୟରେ ସରକାର କେତେକ ରାଜ୍ୟର କୃଷକଙ୍କୁ ମନାଇବାରେ ଓ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି । ଉତରପ୍ରଦେଶର କୃଷକମାନେ ନୋଏଡା ସେକ୍ଟର-୧୪ଏ ଚିଲ୍ଲା ବର୍ଡରକୁ ବନ୍ଦ କରି ରଖିଥିଲେ । ବୁଝାମଣା ହେବା ପରେ ସେମାନେ ସାଧାରଣ ଜନତାଙ୍କ ପାଇଁ ବର୍ଡରରୁ ହଟି ଯାଇଛନ୍ତି ।

୧୨ ଦିନ ପରେ ଦିଲ୍ଲୀ-ନୋଏଡା ବର୍ଡର ଖୋଲିଛି । ଅପରପକ୍ଷରେ ସଂଯୁକ୍ତ କୃଷକ ଆନ୍ଦୋଳନର ନେତା କମଲ ପ୍ରୀତ ସିଂ ପନ୍ନୁ ସୋମବାର (ଡିସେମ୍ବର ୧୪) ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଜ ନିଜ ଜିଲା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ।

Leave A Reply

Your email address will not be published.