Latest Odisha News

BREAKING NEWS

ଶାହରୁଖ ଖାନଙ୍କ ଅଭିନେତ୍ରୀ କରୋନା ପଜିଟିଭ୍: ‘ରଇସ’ରେ ହୋଇଥିଲେ ସୁପରଷ୍ଟାରଙ୍କ ପତ୍ନୀ

ମୁମ୍ବାଇ: ଶାହରୁଖ ଖାନଙ୍କ ସହ ଫିଲ୍ମ ‘ରଇସ୍’ରେ ଅଭିନୟ କରିଥିବା ମାହିରା ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ମାହିରା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ଆଇସୋଲେଟ୍ ହୋଇଛନ୍ତି । ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ସେ ଏନେଇ ସୂଚନା ଦେଉଥିବା କହିଛନ୍ତି ।

ମାହିରା ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଏହା ଏକ କଠିନ ସମୟ, ଏହା ଖୁବ୍ ଶୀଘ୍ର ଠିକ୍ ହୋଇଯିବ । ମାସ୍କ ପିନ୍ଧିବା ସହ ଅନ୍ୟ ଗାଇଡଲାଇନ୍ ପାଳନ କରିବା ପାଇଁ ଫ୍ୟାନ ମାନଙ୍କୁ ଅନୁରୋଧ କରିଛନ୍ତି ମାହିରା ।

ଶାହାରୁଖ୍ ଖାନଙ୍କ ସହ ଫିଲ୍ମ ରଇସରେ କାମ କରିଥିଲେ ମାହିରା ଖାନ୍ । ୨୦୧୭ରେ ରିଳିଜ୍ ହୋଇଥିବା ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ପାକିସ୍ତାନୀ ଅଭିନେତ୍ରୀ ୨୦୧୧ରେ ପାକିସ୍ତାନୀ ଫିଲ୍ମ ‘ବୋଲ’ରେ ପ୍ରଥମେ ଅଭିନୟ କରିଥିଲେ । ଏହା ପରେ ମାହିରା ପାକିସ୍ତାନର ଅନେକ ଟିଭି ସୋ’ରେ କାମ କରିଛନ୍ତି । ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି ମାହିରା ।

Leave A Reply

Your email address will not be published.