Latest Odisha News

[ଦେଖନ୍ତୁ ଭିଡିଓ] ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ କରି ଓଡ଼ିଆ ମୁଭି ‘ଦମନ’ର ରିଲିଜ୍ ତାରିଖ ଘୋଷଣା।

ଭୁବନେଶ୍ୱର : ଆଜି ଶ୍ରାବଣର ପ୍ରଥମ ସୋମବାର । ହାତରେ ପାଣି ଭାର ନେଇ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ କରିଛନ୍ତି ଓଡ଼ିଆ ଅଭିନେତା ବାବୁସାନ୍। ନିଜର ଫିଲ୍ମ ଦମନର ସବୁ କ୍ରିଉ ମେମ୍ବରଙ୍କ ସହ ଏକାଠି ହୋଇ ବାବା ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ କରିବା ସହ ଆଶୀର୍ବାଦ ନେଇଛନ୍ତି। ହାତରେ ବାହୁଙ୍ଗୀ ଧରି ପାଣିଭାର ନେଇ ଓଲିଉଡ଼ ସୁପରଷ୍ଟାର ବାବୁସାନ,ପିଣ୍ଟୁ ନନ୍ଦ ,ବବି ମିଶ୍ରଙ୍କ ସହ ଫିଲ୍ମର ପୁରା ଟିମ ଲିଙ୍ଗରାଜଙ୍କ ଠାରେ ପାଣି ଢାଳିଛନ୍ତି।

ବାବୁସାନଙ୍କ ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ଦମନରର ରିଲିଜ ଡେଟକୁ ନିଆରା ଢଙ୍ଗରେ ଘୋଷଣା କରାଯାଇଛି । ଫିଲ୍ମର ପୁରା ଟିମ ଲିଙ୍ଗରାଜଙ୍କ ଠାରେ ପାଣି ଢାଳି ସିନେମା ର ଡେଟ ଘୋଷଣା କରିଛନ୍ତି । ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି । ଜେପି ମୋସନ ପିକ୍ଚର ବ୍ଯାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଛି,  ଓଡ଼ିଶାର ବିଭିନ୍ନ ଅଞ୍ଚଳ ବିଶେଷ କରି ମାଲକାନଗିରିରେ ଲୋକଙ୍କୁ ମ୍ୟାଲେରିଆ ଓ ବସନ୍ତ ହେଲେ ସେମାନେ ଅନ୍ଧବିଶ୍ବାସରେ ବୁଡ଼ି ରହୁଥିଲେ ।

ଏହା ସହିତ ରୋଗକୁ ମଧ୍ୟ ଚିହ୍ନି ପାରୁନଥିଲେ । ଫିଲ୍ମରେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଉଛି । ଏହିଭଳି ସ୍ଥାନରେ କିପରି ଜଣେ ଡାକ୍ତର ରୋଗ ଆଉ ରୋଗୀକୁ ଅନ୍ଧ ବିଶ୍ଵାସର ଅନ୍ଧାର ଗଳିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ତାହା ଚିତ୍ରିତ ହୋଇଛି ।

ତାସହ ଏଭଳି ଅଞ୍ଚଳ ବାହ୍ୟ ଦୁନିଆରୁ ଅଲଗା ନ ହୋଇ ସବୁ ପ୍ରକାର ସେବା କିଭଳି ପାଇବ ଏଥିପାଇଁ ଜଣେ ବାଳକ ସଂଘର୍ଷ କରୁଥିବା ଫିଲ୍ମରେ ଦେଖିବାକୁ ମିଳିଛି । ସେ ନିଜ କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ସହ ଲୋକମାନଙ୍କ ପାଇଁ ସବୁ ପରିସ୍ଥିତିରେ ସଂଘର୍ଷ କରିଛି ସେ ବିଷୟରେ ଦେଖିବାକୁ ମିଳିଛି । ଏହାର ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ।

ଏହି ଚଳଚ୍ଚିତ୍ର ଓଡି଼ଆ ଚଳଚ୍ଚିତ୍ର ଜଗତରେ ନୂଆ ଏକ ପରିଚୟ ସୃଷ୍ଟି କରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି ।

 

Leave A Reply

Your email address will not be published.