ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ପରେ ଆଉ ଏହି ଫର୍ମାଟରେ ଖେଳିବେନି । ୩୧ ବର୍ଷୀୟ ଷ୍ଟୋକ୍ସ ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚରେ ଷ୍ଟୋକ୍ସଙ୍କ ୮୪ ରନର ଇନିଂସ ବଳରେ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଥିଲା । ୧୦୪ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ସେ ୨୯୧୯ ରନ ଏବଂ ୭୪ ୱିକେଟ ଏହି ଫର୍ମାଟରେ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ଏଥର ଆପ୍ରାଣ ଉଦ୍ୟମ କରିବି ବୋଲି ସେ କହିଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ରହି ନ ଥିଲା ।
BREAKING NEWS
- Parliament Special Session: ନଭେମ୍ବର ୩୦ରେ ଉଠିବ ପଡିବ ସଂସଦ! ଲୋକସଭାରେ ୩ ବଡ଼ ବିଲ୍, ବିରୋଧୀଙ୍କ ନା ଭିତରେ କେମିତି ସମର୍ଥନ ହାତେଇବେ ମୋଦୀ ସରକାର?
- ହରିୟାଣା ଗ୍ୟାଙ୍ଗ ୱାରରେ ‘ହନିଟ୍ରାପ୍’, ଥାଇଲାଣ୍ଡ ପୋଲିସର ସହାୟତା ନେବ ଭାରତ
- କିଏ ହେବେ ନୂଆ ଡିଜିପି ? ଚର୍ଚ୍ଚାରେ ୪ନାଁ, ୩୦ରେ ସରୁଛି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ
- କୋଳରେ ୨୮ ଦିନର ନବଜାତ, ଆଖିରେ ଲୁହ ହେଲେ ବି ଅହମ୍ମଦାବାଦରେ ମାନବତାର ଅନନ୍ୟ ମହାନତା; ବ୍ରେନ୍-ଡେଡ୍ ପତିଙ୍କ ଅଙ୍ଗଦାନ କଲେ ସାହସୀ ପତ୍ନୀ
- ୨୦୨୧ର ନିର୍ମମ ହତ୍ୟା ମାମଲାରେ ରାୟ, ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ
- Odisha Delimitation: ବଦଳିବ ଓଡିଶାର ମାନଚିତ୍ର! କେଉଁ ଜିଲ୍ଲାକୁ ମିଳିବ ନୂଆ ସାଂସଦ? ୨୨୦ରୁ ୨୨୧ ହୋଇପାରେ ବିଧାନସଭା ସିଟ୍!
- Aftershocks follow 5.0 Earthquake: ଲସ୍ ଆଞ୍ଜେଲସର ବିମାନବନ୍ଦର କ୍ଷତିଗ୍ରସ୍ତ, ତୈଳ ବିଶୋଧନାଗାରରେ ନିଆଁ
- ଦିଲ୍ଲୀରେ ଅଗ୍ନିକାଣ୍ଡ, ଇ-ରିକ୍ସା ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗି ୪ମୃତ
- ଦିଅଁ ଦର୍ଶନ ପୂର୍ବରୁ ଚାଲିଗଲା ପ୍ରାଣ: ରାଞ୍ଚି-ପାଟନା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୩ମୃତ
- ସୋମବାର ଲୋକସଭାର ୪ଦିନିଆ ସ୍ୱତନ୍ତ୍ର ଅଧିବେଶନ, ଆସିବ ସୀମା ପୁନଃନିର୍ଦ୍ଧାରଣ ବିଲ୍
Comments are closed.