Latest Odisha News

BREAKING NEWS

୧୮ରେ ମୁକ୍ତିଲାଭ କରିବ ସବ୍ୟସାଚୀଙ୍କ ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’

ଭୁବନେଶ୍ୱ‌ର: ଲକ୍‌ଡାଉନ୍‌କୁ ଆଧାର କରି ଏଥର ଦଶହରାରେ ଆସୁଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’। ତେବେ ଏହା ସିନେମା ହଲ୍‌ରେ ନୁହେଁ ବରଂ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଓ ତରଙ୍ଗ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିବ।

ଫିଲ୍ମଟି ୮ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍‌ରେ ପ୍ରିମିୟର୍‌ ସୋ ଅନୁଷ୍ଠିତ ହେବ। ଭରପୂର କମେଡି  ଏବଂ ଇମୋସନ୍‌କୁ ନେଇ ଚଳଚ୍ଚିତ୍ର ନିର୍ମିତ ହୋଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ତମ୍ମନା ବ୍ୟାସ।

ଏହାଛଡ଼ା ସିନେମାରେ ବବି ମିଶ୍ର, ପପୁ ପମ୍‌ ପମ୍‌, ପ୍ରଦ୍ୟୁମ୍ନ ଲେଙ୍କା,ତୃପ୍ତି ସିହ୍ନା, ଜୀବନ ପଣ୍ଡା ଏବଂ ଜୟପ୍ରକାଶ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍‌ଦାର।

Comments are closed.