Latest Odisha News

BREAKING NEWS

ନିର୍ବାଚନରେ ଦୁର୍ନୀତି ରୋକିବାକୁ ଭୋଟରଙ୍କୁ ଚିତ୍ରକଳାରେ ସଚେତନତା

ମୟୁରଭଞ୍ଜ: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଭୋଟ୍ ହାତେଇବାକୁ ବିଭିନ୍ନ ଉପାୟରେ ନିଜ ପ୍ରୟାସ ଜାରି ରଖିଛନ୍ତି ଆଶାୟୀ ପ୍ରାର୍ଥୀ ମାନେ । ତେବେ ଏହା ଭିତରେ କିଛି ପ୍ରାର୍ଥୀ ଭୋଟ୍ ପାଇଁ ଲାଞ୍ଚ କାରବାର ଆରମ୍ଭ କରିଦେଇଥିବା ବେଳେ ଆଉ କିଛି ଭୁଲ ପଦ୍ଧତି ଆପଣାଉଛନ୍ତି ।

ହେଲେ ଏହି ସବୁ ଦୁର୍ନୀତିରୁ ଭୋଟରଙ୍କୁ ଦୂରେଇ ରଖିବାକୁ ଆରମ୍ଭ ହୋଇଛି ସଚେତନତା । ଜଣେ ଯୁବ ଚିତ୍ରଶିଳ୍ପୀ ଚିତ୍ରକଳା ମଧ୍ୟମରେ ଭୋଟରଙ୍କୁ ଦୁନୀତି ହଟାଇବାକୁ ପରାମର୍ଶ ଦେଇଛନ୍ତି ।

ମୟୁରଭଞ୍ଜ ଆଗଡ଼ା ଗାଁର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା । ବିଭିନ୍ନ ଫଟୋ ଚିତ୍ର ମାଧ୍ୟମରେ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ନିର୍ବଚନ ସମୟରେ ଅସାମାଜିକ ଲୋକଙ୍କ ପ୍ରରୋଚନାରେ ନପଡ଼ିବାକୁ ପରାମର୍ଶ ଦେଇଛନ୍ତି ।

ଟଙ୍କା, ମଦ, ମାଂସରେ ନିଜକୁ ବିକ୍ରି ନ କରି ଉପଯୁକ୍ତ ପ୍ରାର୍ଥୀକୁ `ଭୋଟ ଦେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ଏହି ଚିତ୍ର ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କୁ ମଧ୍ୟ ସଚେତନତାର ବାର୍ତ୍ତା ଦେଇଛନ୍ତି ।

Comments are closed.