Latest Odisha News

BREAKING NEWS

ପରଲୋକରେ ପଞ୍ଚାନନ ମିଶ୍ର

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ରଙ୍କର ପରଲୋକ ଘଟିଛି । କିଛିଦିନ ଧରି ସେ ହୃଦ ରୋଗରେ ପୀଡ଼ିତ ଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ ଥିଲେ ।

ହେ ମୋର ଅନୁଚ୍ଚାରିତ ଶବ୍ଦମାନେ, ସୀତାଙ୍କ ଶେଷରାତି, ସବ୍ୟସାଚୀର ଶୋକ, ଅନ୍ଧାରେ ଆଲୋକ ରାସ, ଲବଙ୍ଗ ଦ୍ବୀପର ଲାବଣ୍ୟବତୀ, ଅର୍ଦ୍ଧନାରୀଶ୍ୱରଙ୍କ ଅର୍ଦ୍ଧଚନ୍ଦ୍ର, ପୁରୁରବାର ପୂର୍ବ ରାଗ, କବିତା କଦମ୍ବ, ଉଲଗ୍ନ ଆକାଶ, ଆଦିନାରୀ, ଜୀବନାୟନ,ପରକାୟା ପରକୀୟା ( କବିତା ସଙ୍କଳନ ), ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରାୟୋଗିଗ ପ୍ରସଙ୍ଗ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ, କବି ବିନୋଦ ଚନ୍ଦ୍ର ନାୟକଙ୍କ କାବ୍ୟ କଳା ଓ ଜୀବନ ଦୃଷ୍ଟି , ଫକୀର ମୋହନଙ୍କ ଛ ମାଣ ଆଠ ଗୁଣ୍ଠ ଭିନ୍ନ ଦୃଷ୍ଟି ଭିନ୍ନ ବାଖ୍ୟା, ପାଶ୍ଚାତ୍ୟ ସମାଲୋଚନା ତତ୍ତ୍ୱ ( ପ୍ରବନ୍ଧ ), ରିଲକେଙ୍କ ଟୁଇନୋ ଏଲିଜି ଗୁଛ, ଜଗନ୍ନାଥ ପ୍ରସାଦଙ୍କ ଜୀବନୀ ଓ କୃତି, ଶ୍ରୀମଦ ଭାଗବତ ଗୀତା କର୍ମଯୋଗ ଗୀତା ( ଅନୁବାଦ ), ବସନ୍ତ କୁମାର ଶତପଥୀଙ୍କ ନିର୍ବାଚିତ ପ୍ରବନ୍ଧ ମାଳା ( ସମ୍ପାଦନା ) ଦ ଉଇଣ୍ଡ ଏମଙ୍ଗ ଦ ପାଇନ୍ସ , ଲଭ ସଙ୍ଗ ଅଫ ୧୯ କାଓଭର୍ଡ ଗାଲସ, ( ଇଂରାଜୀ ), ମିଥ ଏଜ ପୋଏଟିକ ଡିସକୋର୍ସ , ଏ ଷ୍ଟଡି ଅଫ ଡବ୍ଲୁ ବି ୟିଟସ ଆଣ୍ଡ ଟି ଏସ ଏଲିଇଟ ( ସମାଲୋଚନା ) ପ୍ରଭୃତି ପୁସ୍ତକର ସେ ସ୍ରଷ୍ଟା ଥିଲେ ।

ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ଆହୁରି ଅନେକ ସାହିତ୍ୟିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କର ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳି ଯାଇଛି।

Comments are closed, but trackbacks and pingbacks are open.