Latest Odisha News

BREAKING NEWS

ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ ଫାଇନାଲ୍ : ଶ୍ରେଷ୍ଠ ୧୦ରେ ରହିଲେ ସୁମନ୍ତ ଓ ସୋନାଲି ଯୋଡି

ଭୁବନେଶ୍ୱର: ବ୍ୟାଡ ସାଲସା ଯୋଡି ସୁମନ୍ତ ଓ ସୋନାଲି ମଜୁମଦାର ଯୋଡି ଆମେରିକାଜ ଗଟ୍ ଟାଲେଣ୍ଟର ସିଜିନ ୧୫ରେ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରହିଛନ୍ତି । ଓଡିଆ ପୁଅ ସୁମନ୍ତକୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ପ୍ରଥମରୁ ଭଲ ପ୍ରଦର୍ଶନ କରିଆସିଥିଲେ ସୁ୍‌ଦ୍ଧା ଏହି ଯୋଡି ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିପାରିନାହାନ୍ତି । ଶ୍ରେଷ୍ଠ ପାଞ୍ଚ ଜଣଙ୍କ ମଧ୍ୟରେ ରହିଥିଲେ ୧୧ ବର୍ଷୀୟ ସିଙ୍ଗର ରୋବର୍ଟା ବାଟାଗଲିଆ, କବି ବ୍ରାଣ୍ଡନ ଲିକ୍‌, ବ୍ରୋକନ ରୁଟ୍‌, ଆଲାନ ସିଲଭା ଓ କ୍ରିଷ୍ଟିନା ରାଇ ।

ମିିଳିଥିବା ଭୋଟକୁ ବିବେଚନାକୁ ନେଇ ବ୍ରାଣ୍ଡନ ଲିକଙ୍କୁ ବିଜେତା ଘୋଷଣା କରାଯାଇଥିଲା । ଆଉ କଣ୍ଠଶିଳ୍ପୀ ବ୍ରୋକନଙ୍କୁ ରନର୍ସ ଅପ୍ ଘୋଷଣା କରାଯାଇଥିଲା ।

ଅଡିସନ ରାଉଣ୍ଡରୁ ହିଁ ବ୍ୟାଡ୍ ସାଲସା ଯୋଡି ସୁମନ୍ତ ଓ ସୋନାଲି ବିଚାରକଙ୍କ ପସନ୍ଦ ରହିଆସିଥିଲେ । ସେମାନେ ନିଜର ସ୍ୱତନ୍ତ୍ର ନୃତ୍ୟଶୈଳୀ ଓ ଆରୋବିକ୍ସ ପାଇଁ ପ୍ରତିଯୋଗିତାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ । ଅଧିକାଂଶ ରାଉଣ୍ଡରେ ବିଚାରକମାନେ ତାଙ୍କୁ ଷ୍ଟାଣ୍ଡିଂ ଓବେସନ ଦେଉଥିଲେ ।

ସୁମନ୍ତଙ୍କ ଏହି ଯାତ୍ରା ସମ୍ପର୍କରେ ତାଙ୍କ ବାପା ଏମ୍ ଯୋଗେଦିଶ୍ୱର ରାଓ କହିଛନ୍ତି ଯେ, ସୁମନ୍ତ୍‌୍‌କୁ ସମର୍ଥନ କରିଥିବା ମୋ ସମ୍ପର୍କୀୟ , ଓଡିଶାବାସୀ, ଭାରତବାସୀ ତଥା ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏଥି ସହ ଏଜିଟି ଟିମ୍ ଓ ବିଭାସ ଚୌଧୁରୀ ସାର ଯାହାଙ୍କ ପ୍ରେରଣା ପାଇ ସୁମନ୍ତ ଓ ସୋନାଲି ଏତେ ଏହି ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ତାଙ୍କ ପାଖରେ ମଧ୍ୟ ମୁଁ ଚିରଋଣୀ ।

ସୁମନ୍ତ ଓ ସୋନାଲି ହେଉଛନ୍ତି ପ୍ରଥମ ଭାରତୀୟ ଯୋଡି ଯେ ଆମେରିକାଜ ଗଟ୍ ଟାଲେଣ୍ଟରେ ଭାଗ ନେଇଥିଲେ ।

Leave A Reply

Your email address will not be published.