Latest Odisha News

BREAKING NEWS

‘କମନୱେଲଥ ଜୁଡୋ ଚାମ୍ପିଅନସିପ’ରେ ବ୍ରୋଞ୍ଜ ହାତେଇଲେ ଓଡିଆ ପୁଅ

ବ୍ରିଟେନର ବର୍ମିଂହାମରେ ଅନୁଷ୍ଠିତ ହେଉଥିବା କମନୱେଲଥ ଜୁଡୋ ଚାମ୍ପିଅନସିପରେ ୪୬ କିଲୋଗ୍ରାମ ପ୍ରି-କ୍ୟାଡେଟ୍ ବର୍ଗରେ ଓଡିଶାର ନିତ୍ୟା ମାଝି ବ୍ରୋଞ୍ଜ ପଦକ ହାସଲ କରିବା ସହ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି ।

ସେ କିସର ୧୦ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ୨୦୧୩ ମସିହାରୁ କୋଚ୍ କନ୍ଦନ ମୁର୍ମୁଙ୍କ ତତ୍ୱାବଧାନରେ ନିତ୍ୟା ଜୁଡୋ ପ୍ରଶିକ୍ଷଣ ନେଉଛନ୍ତି ।

ନିତ୍ୟା କନ୍ଧମାଳ ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, କିସର ଏହି ଛାତ୍ର ପୂର୍ବରୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ହରିଆଣା, ମହାରାଷ୍ଟ୍ର ଓ ଦିଲ୍ଲୀର ଜୁଡୋ ପ୍ରତିଯୋଗୀଙ୍କୁ ହରାଇ କମନୱେଲଥ ଇଭେଣ୍ଟ ଲାଗି ଭାରତୀୟ ଟିମରେ ସ୍ଥାନ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.