Latest Odisha News

BREAKING NEWS

ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୩ ଅଟକ

ରାଉରକେଲା: ରାଉରକେଲାର ସେକ୍ଟର-୭ ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ରବିବାର ଦିନ ୩ ଜଣଙ୍କୁ ଗିରଫ କରିଛି ।

ପିଡିତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ସେପ୍ଟେମ୍ବର ୨୨ ତାରିଖରେ ସମ୍ପୃକ୍ତ ନାବାଳିକା ଜଣକ ପୂଜା ପାଇଁ ଯାଉଥିବାବେଳେ ଏହିି ଅଭାବନୀୟ ଘଟଣା ଘଟିଥିଲା । ଏହି ସମୟରେ ଉକ୍ତ ବ୍ୟକ୍ତିମାନେ ନାବାଳିକାଙ୍କୁ ଜୋରଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ଟାଣିନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ତେବେ ପୋଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.