Latest Odisha News

BREAKING NEWS

ଦଶହରାରେ ଅରିନ୍ଦମଙ୍କ କମ୍ ବ୍ୟାକ୍‌

ଭୁବନେଶ୍ୱର : ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\’ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି ।

ଏଥର ଦଶହରାକୁ ମୁକ୍ତିଲାଭ କରୁଥିବା ଏହି ଫିଲ୍ମ ହେବ ‘ରତ୍ନା ଫିଲ୍ମ\’ ବ୍ୟାନରର ଚତୁର୍ଥ ଅବଦାନ । ତେବେ ଫିଲ୍ମର ଷ୍ଟାର କାଷ୍ଟ ତଥା ନାମକରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସୁପରଷ୍ଟାର ଅରିନ୍ଦମଙ୍କ ନିଜସ୍ୱ ପ୍ରଯୋଜନାରେ ଏହା ଆସନ୍ତା ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ନୂଆ ଓଡ଼ିଆ ଫିଲ୍ମର ଶୁଭ ମହୁରତ ଓ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଅନୁସାରେ ଅଭିନେତା ଅରିନ୍ଦମ କିଛିବର୍ଷର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଫିଲ୍ମ ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି । ଫିଲ୍ମ ‘ବାବୁ ଭାଇଜାନ୍‌\’ ପରେ ହଠାତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରେଇ ଯାଇଥିଲେ ଅରିନ୍ଦମ । କୁହାଯାଉଛି ଯେ, କୋଭିଡ ତଥା ରାଜନୀତି କାରଣରୁ ସିନେ ଇଣ୍ଡଷ୍ଟ୍ରିରୁ ସେ ସାମୟିକ ଭାବେ ଦୁରେଇ ଯାଇଥିଲେ । ତେବେ ଏହି କିଛିଦିନର ନିରବତା ଭଙ୍ଗ କରି ନୂଆଲୁକ୍‌ରେ ନୂଆ କାହାଣୀ ସହ ଅରିନ୍ଦମ ଆସନ୍ତା ଦଶହରାରେ ଧମାଲ୍ କରିବେ ବୋଲି ପ୍ରଶଂସକ ମହଲରୁ ଆଶା ପ୍ରକଟ କରାଯାଇଛି ।

ଏ ପର୍ଯ୍ୟନ୍ତ ନାମକରଣ ହୋଇ ନଥିବା ଏହି ଫିଲ୍ମର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି । ଫିଲ୍ମ ର ପରବର୍ତ୍ତୀ ପ୍ରେସ୍ ଇସ୍ତାହାରରେ ଷ୍ଟାର କାଷ୍ଟ ତଥା ଫିଲମର ନାଁ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଫିଲ୍ମଟି ଦଶହରାରେ ମୁକ୍ତି ଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ଏହାର ସୁଟିଂ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାର ପ୍ରଚାର ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ଓ କ୍ରି୍‌ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି ।

Comments are closed.