Latest Odisha News

BREAKING NEWS

ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ

ଯାଜପୁର: ଓଲିଉଡ୍ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ ଟ୍ରେନରୁ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି । ଯାଜପୁର ଜିଲ୍ଲା ଯଖପୁରା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ିଥିଲେ ଗୁଡୁଙ୍କ ମାଆ ଗୀତାଞ୍ଜଳି ।  ସେ ତାଙ୍କ ଝିଅ ସହ ଖୋର୍ଦ୍ଧା-କେନ୍ଦୁଝର ଇଣ୍ଟରସିଟି ଏକ୍ସପ୍ରେସରେ ଯାଉଥିଲେ ।

ଯଖପୁରା ଷ୍ଟେସନରେ କୌଣସି କାରଣରୁ ଓହ୍ଲାଇଥିଲେ ଗୀତାଞ୍ଜଳି । ପୁଣି ଟ୍ରେନ୍କୁ ଚଢୁଥିବା ସମୟରେ ଗୋଡ଼ ଖସିଯିବାରୁ ଟ୍ରେନ ଲାଇନ ତଳକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଦାନଗଦି ହସ୍ପିଟାଲରେ ଡାକ୍ତର ଗୀତାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ । ପୁଅ ଗୁଡୁ ନିକଟରେ ବିବାହ କରିଥିବା ବେଳେ ବିବାହ ଭୋଜି ପାଇଁ ମାଆ ଝିଅ କେନ୍ଦୁଝର ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.