Latest Odisha News

BREAKING NEWS

ମହିଳା ଟି-୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମେ ବ୍ୟାଟିଂ

ମେଲବୋର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ବାଂଲାଦେଶ ଦଳକୁ ଲଗାତର ଦୁଇଟି ମ୍ୟାଚରେ ପରାସ୍ତ କରିବା ପରେ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ମ୍ୟାଚ ଖେଳୁଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି ।

ଆଜିର ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ ଜିତି ସିଧାସଳଖ ସେମିଫାଇନାଲ୍ ଖେଳିପାରିବ । ଟିମ୍ ଇଣ୍ଡିଆ ୩ୟ ଲଗାତର ମ୍ୟାଚ ଜିତି ନକଆଉଟ ପର୍ଯ୍ୟାୟକୁ ଯିବାର ସମ୍ଭାବନା ରହିଛି ।

ଭାରତୀୟ ଓପନର୍ ସେଫାଳୀ ବର୍ମା ୨୫ ରନ କରିଥିବା ବେଳେ ତାନିଆ ଭାଟିଆ ୧୧ ରନ କରିଛନ୍ତି । ସ୍ମୃତି ମାନ୍ଧନା ୧୧ ରନ କରିଥିବା ବେଳେ ନିଜ ୱିକେଟ ହରାଇଛନ୍ତି । ଭାରତ ୬ ଓଭରରେ ଏପର୍ଯ୍ୟନ୍ତ ଗୋଟିଏ ୱିକେଟ ହରାଇ କରିଛି ୫୦ ରନ ।

Leave A Reply

Your email address will not be published.