ଭୁବନେଶ୍ୱର:ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ ହୋଇଛି। ଗତକାଲି ସମ୍ବଲପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ ‘ଅଶାନ୍ତଗ୍ରହ’ର ପ୍ରଯୋଜକ ଥିଲେ। ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ‘ସାଧନା’ ଚଳଚ୍ଚିତ୍ର ଆଞ୍ଚଳିକ ଫିଲ୍ମଭାବେ ଜାତୀୟ ପୁରସ୍କାର ପାଇଥିଲା।
ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ତୋଫାନ ତ୍ରିପାଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ‘ସାଧନା’, ‘ଅଶାନ୍ତ’ ଗ୍ରହ ପରି ଚଳଚ୍ଚିତ୍ର ନିର୍ମାଣ କରି ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) October 3, 2020
ସେପଟେ ତୋଫାନ ତ୍ରିପାଠୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଶିଷ୍ଟ ଚଳଚ୍ଚିତ୍ର ତଥା ନିର୍ଦ୍ଦେଶକ ତୋଫାନ ତ୍ରିପାଠୀଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । ସାଧନା, ଅଶାନ୍ତଗ୍ରହ ପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରି ସେ ଛାଡି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ନବୀନ ସମବେଦନା ଜଣାଇଛନ୍ତି ।
Comments are closed.