Latest Odisha News

BREAKING NEWS

ମିସ୍ ବ୍ରିଟିଶ୍ ଏମ୍ପାୟାର୍ ପ୍ରତିଯୋଗିତା: ଓଡ଼ିଆ ଝିଅ ସେଫାଳୀଙ୍କୁ ମିଳିଲା ୨ୟ ରନର୍ସ-ଅପ୍ ଟାଇଟଲ୍ !

ଭୁବନେଶ୍ୱର: ବଲାଙ୍ଗୀର ଝିଅ ସେଫାଳୀ ଉଦଗାତା ବ୍ରିଟିଶ୍ ଏମ୍ପାୟାର୍ ସୁନ୍ଦରୀ ପ୍ରତିଯୋଗିତାର ୨ୟ ରନର୍ସ-ଅପ୍ ଟାଇଟଲ୍ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ଶ୍ରୀଲଙ୍କାରେ ଅନୁÂିତ ହୋଇଥିବା ଏହି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ୟୁନାଇଟେଡ଼ କିଙ୍ଗଡ଼ମ ଦ୍ୱାରା ପରିଚାଳିତ ହୋଇଥିଲା । ପୂର୍ବର ବ୍ରିଟିଶ୍ ସାମ୍ରାଜ୍ୟ ଅଧିନରେ ଥିବା ସମସ୍ତ ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ ।

ଏହି ପୁରସ୍କାର ଜିତିବା ପରେ ସେଫାଳୀ କହିଛନ୍ତି, “ଏହି ପ୍ରତିଯୋଗିତା ବହୁତ କଷ୍ଟକର ଥିଲା । ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ତଥା ବିଚାରକ ମାନଙ୍କ କହୁଥିବା ଭାଷାର ଆସେଣ୍ଟ୍ ପ୍ରକୃତରେ ସହଜରେ ବୁଝିହେଉନଥିଲା । ସେମାନଙ୍କର ପ୍ରଶ୍ନକୁ ଠିକ୍ ଭାବେ ଶୁଣି ସଠିକ୍ ଉତ୍ତର ଦେବାକୁ ପଡୁଥିଲା, ଯାହାକି ଏକ କଷ୍ଟକର ବ୍ୟାପାର ଥିଲା” ।

“ଏହି ଟାଇଟଲ୍ ଜିତି ମୁଁ ନିଜକୁ ଧନ୍ୟ ମନେକରୁଛି । କେବଳ ଏହି ଟାଇଟଲ ଜିଣି ଓଡ଼ିଶା ନୁହେଁ ଭାରତ ମଧ୍ୟ ଗୌରବାନ୍ୱିତ ହୋଇପାରିଛି,” ସେ ଅରର୍ଗୁସ ମିଡ଼ିଆକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି ।

ଏହି ସଫଳତାର ଶ୍ରେୟ ସେ ନିଜର ପିତା-ମାତାଙ୍କୁ ଦେଇଛନ୍ତି, କାରଣ ତାଙ୍କର ପିତାମାତା ହିଁ ତାଙ୍କୁ ଏ କ୍ଷେତ୍ରରେ ଅନେକ ଉତ୍ସାହିତ କରିବା ସହିତ ସମସ୍ତ ପ୍ରକାର ସହଯୋଗ କରିଛନ୍ତି ।

ଭବିଷ୍ୟତର କାର୍ଯ୍ୟପନ୍ଥା କ’ଣ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେଫାଳୀ କହିଛନ୍ତି, “ମୁଁ ଓଡ଼ିଶାରେ ଏକ ଗ୍ରୁମିଂ ସେଣ୍ଟର୍ କରିବାକୁ ଚାହୁଁଛି ତଥା ଓଡ଼ିଶା ଏକ ଫ୍ୟାସନ୍ ହବ୍ ହେଉ ବୋଲି ମୁଁ ଚାହେଁ”, ବୋଲି ସେ କହିଛନ୍ତି ।

Leave A Reply

Your email address will not be published.