Latest Odisha News

BREAKING NEWS

ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର: ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ପ୍ରମାଣପତ୍ର

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାରକୁ ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା “ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନ ପର୍ବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ମର୍ମରେ ଏପରି ଉଦ୍ୟମ ଓଡ଼ିଆ ଭାଷାରେ ନଥି ପ୍ରସ୍ତୁତ କରିବାରେ ସଂପୃକ୍ତ କର୍ମଚାରୀମାନଙ୍କୁ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରିଛନ୍ତିା

“ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା । ବିଭିନ୍ନ ସରକାରୀ ବିଭାଗର ୪୦ ଜଣ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇ ସଫଳତାର ସହିତ ପ୍ରଶିକ୍ଷଣ ପାଇଥିଲେ ।  ମନ୍ତ୍ରୀ  ପ୍ରାଣିଗ୍ରାହୀ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ  ମନୋରଞ୍ଜନ ପାଣିଗ୍ରାହୀ, ସାଧାରଣ ପ୍ରଶାସନ ବିଭାଗର
ଅତିରିକ୍ତ ଶାସନ ସଚିବ  ହିମାଂଶୁ ଭୂଷଣ ପଣ୍ଡା, ଶିକ୍ଷାବିତ୍ ଡ. କୈଳାସ ଚନ୍ଦ୍ର ଟୀକାୟତରାୟ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ଏପରି ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ଉଲ୍ଲେଖ କରିବା ସହିତ ଭବିଷ୍ୟତରେ ଏପରି ପ୍ରଶିକ୍ଷଣ ଜିଲ୍ଲାସ୍ତରରେ ମଧ୍ୟ କରାଯିବ ବୋଲି କହିଥ#ଲୋ କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ଦାଶ, ଡ. ହରପ୍ରସାଦ ମିଶ୍ର, ଡ. ସିତାଂଶୁ କୁମାର ଦାଶ ଓ  ବୈଷ୍ଣବ ଚରଣ ମହାନ୍ତି ପ୍ରଶିକ୍ଷକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.