ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର ବିଭାଗରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରି ରାଜ୍ୟ ଏବଂ ଦେଶକୁ ଗୌରବାନ୍ୱିତ କରିଛନ୍ତି । ବର୍ଷକୁ ପ୍ରାୟତଃ ୯ଟି ଆଇଜିୟୁ ଟୁର୍ଣ୍ଣାମେଂଟ ଖେଳା ଯାଇଥାଏ । ଏଥିରେ ପ୍ରଦର୍ଶନକୁ ଭିତି କରି ର୍ୟାଙ୍କିଙ୍ଗ ସ୍ଥିର କରାଯାଇଥାଏ ।
ପ୍ରଥମ ଦିନରେ ୫ମ ସ୍ଥାନରେ ରହିଥିବା କଶିକା ତୃତୀୟ ତଥା ଅନ୍ତିମ ଦିବସରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ରନର୍ସଅପ ମନ୍ନତ ବ୍ରାରଙ୍କ ନିକଟରୁ ସେ ୪ ଷ୍ଟ୍ରୋକ ଆଗରେ ରହୁଥିଲେ । ମେ ୨୦୨୩ରେ ଓଡିଶା ପ୍ରଥମ ଖେଳାଳି ଭାବେ ୱାର୍ଲ୍ଡ ଆମେଚର ଗଲ୍ଫ ର୍ୟାଙ୍କିଙ୍ଗ ହାସଲ କରିଥିଲେ । ନଭେମ୍ବର ୨୦୨୩ରେ ସେ ଓଡିଶା ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଥାଇଲାଣ୍ଡ, ମାଲେସିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଭାରତୀୟ ଦଳ ସହିତ ଅଂଶଗ୍ରହଣ କରିଛନ୍ତି ।