Latest Odisha News

ଦିଲ୍ଲୀରେ ଚମକିଲେ ଓଡ଼ିଆ ସୁନ୍ଦରୀ ଲାବଣ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଲାବଣ୍ୟା ଦାସ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି ।

ରବିବାର ସନ୍ଧ୍ୟାରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା ‘ମିସ ଟିନ୍ ଦିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ୨୦୧୯’ ପ୍ରତିଯୋଗିତାକୁ ଲାବଣ୍ୟା ଜିତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରତିଯୋଗିତାରେ ଓଡିଶା ସମେତ ଛତିଶଗଡ଼, ରାଜସ୍ଥାନ, ଆସାମ, ଦିଲ୍ଲୀ ଏବଂ ହାଇଦ୍ରାବାଦ ଭଳି ବିଭିନ୍ନ ରାଜ୍ୟରୁ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

ପୂର୍ବରୁ ୨୦୧୮ରେ ଲାବଣ୍ୟା ମାଲେସିଆ ଠାରେ ଅନୁଷ୍ଠିତ ‘ମିସ ଆଣ୍ଡ ମିଷ୍ଟର ଟୁରିଜିମ୍ ଆମ୍ବାସଡ଼ର ୟୁନିଭର୍ସ ୨୦୧୮’ ର ମଧ୍ୟ ବିଜୟିନୀ ରହି ସାରିଛନ୍ତି ।

ଲାବଣ୍ୟାଙ୍କ ପୋଷାକ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ଦର୍ଶାଉ ଥିବାରୁ ଏହାକୁ ଶ୍ରେଷ୍ଠ ଜାତୀୟ ପୋଷାକ ବୋଲି ମଧ୍ୟ ସମ୍ମାନିତ କରାଯାଇଛି ।

ଭବିଷ୍ୟତରେ ଜଣେ ସଫଳ ଆଇଏସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ଲାବଣ୍ୟା ନିଷ୍ଠାର ସହ ପାଠ ପାଢ଼ିବା ସହ ଆଗକୁ ଆହୁରି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାରଙ୍କ ସାହାଯ୍ୟ ମିଳିଲେ ଏହି ସବୁ କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ କରିପାରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହୋଇଥିବା ‘ପ୍ରିନ୍ସ ଆଣ୍ଡ ପ୍ରିନସେସ ଇଣ୍ଟରନ୍ୟାସନଲ’ ପ୍ରତିଯୋଗିତାରେ ‘ବେଷ୍ଟ ଫାଣ୍ଟାସି ନ୍ୟାସନାଲ କଷ୍ଟ୍ୟୁମ’, ‘ବେଷ୍ଟ ଆଚିଭର ୨୦୧୮’ ଏବଂ ‘ବେଷ୍ଟ ଫୋକ୍ ଡ୍ୟାନସର ଆଦି ଭଳି ତିନୋଟି ପୁରସ୍କାରରେ ସେ ପୁରସ୍କୃତ ହୋଇଛନ୍ତି ।

Leave A Reply

Your email address will not be published.